ସୁନ୍ଦରଗଡ଼: ଦିନ ଦ୍ୱିପ୍ରହରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ସୁନ୍ଦରଗଡ଼ ବଜାର ଶାଖାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଶନିବାର ଅପରାହ୍ନ ୧ଟା ୩୦ରେ ୫ ଜଣ ଡକାୟତ ଏକ ଅଟୋରେ ଆସି ଏସ୍ବିଆଇର ବଜାର ଶାଖା ସମ୍ମୁଖରେ ପହଞ୍ଚି ଥିଲେ। ଯୋଜନା ମୁତାବକ ଡକାୟତମାନେ ପ୍ରଥମେ ଶାଖା ଭିତରକୁ ପ୍ରବେଶ କରିଥିଲେ। କେହି କିଛି ଭାବିବା ପୂର୍ବରୁ କ୍ୟାସିୟର ଚ୍ୟାମ୍ବର ଭିତରକୁ ପହଞ୍ଚି ଡ୍ରୟରରେ ଥିବା ଟଙ୍କା ନେଇ ଫେରାର ହୋଇଯାଉଥିବା ବେଳେ ବ୍ୟାଙ୍କର କର୍ମଚାରୀମାନେ ଜଣକୁ ଧରି ପକାଇ ପୁଲିସକୁ ଜିମା ଦେଇଛନ୍ତି। କିନ୍ତୁ ଅନ୍ୟ ୪ ଜଣ ଡକାୟତ ଫେରାର ହେବାକୁ ସକ୍ଷମ ହୋଇଥିଲେ।
/sambad/media/post_attachments/wp-content/uploads/2018/02/sunar1-300x274.jpg)
ଶାଖାର କ୍ୟାସିୟର ନିଜ କାମରେ ବ୍ୟସ୍ତ ଥିବା ବେଳେ ଡକାୟତମାନେ ହଠାତ ଟଙ୍କା ଧରି ସେଠାରୁ ଫେରାର ହୋଇ ଯାଇଥିଲେ। ବାହାର ପାର୍ଶ୍ୱରେ ପୂର୍ବରୁ ପ୍ରସ୍ତୁତ ଥିବା ଅଟୋରେ ଡକାୟତମାନେ ଫେରାର ହୋଇଯାଇଥିଲେ। ଡକାୟତି ସମ୍ପର୍କରେ ସୂଚନା ମିଳିବା ପରେ ଟାଉନ ଥାନା ଆଇଆଇସି ଅଶୋକ ଗିରି ପୁଲିସ ଟିମ୍ ସହିତ ପହଞ୍ଚିଛନ୍ତି। ସିସିଟିଭି ଫୁଟେଜ୍କୁ ଆଧାର କରି ସେ ଘଟଣାର ତଦନ୍ତ କରୁଛନ୍ତି। ବ୍ୟାଙ୍କରୁ କେତେ ଟଙ୍କା ଡକାୟତି ହୋଇଛି ହିସାବ ପରେ ଜଣାପଡ଼ିବ ବୋଲି ଜଣେ ବ୍ୟାଙ୍କ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/sunar.jpg)