ପେଟ୍ରୋଲ ପମ୍ପରୁ ସଶସ୍ତ୍ର ଡକାୟତି

କୁତ୍ରା : କୁତ୍ରା ମୁଖ୍ୟ ବଜାର ବିଜୁ ଏକ୍ସପ୍ରେସ୍‌ ୱେ ପାର୍ଶ୍ବରେ ଥିବା ପେଟ୍ରୋଲ୍‌ ପମ୍ପରୁ ଆଜି ସଂଧ୍ୟାରେ ସଶସ୍ତ୍ର ଡକାୟତି ହୋଇଛି। ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପିସ୍ତଲ ଦେଖାଇ ୭୦ ହଜାର ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଛନ୍ତି।

ଆଜି ସଂଧ୍ୟା ସାଢ଼େ ୭ଟା ସମୟରେ ଦୁଇ ଜଣ ମୁଖା ପିନ୍ଧା ଯୁବକ ଏକ ପଲସର ବାଇକ୍‌ରେ ତେଲ ପକାଇବାକୁ ସତ୍ୟମ ଫିଲିଂ ଷ୍ଟେସନରେ ପହଞ୍ଚିଥିଲେ। ତେଲ ପକାଇବାକୁ କହି ଜଣେ ମୁଖାଧାରୀ ଟଙ୍କା ପୈଠ କରିବା ବାହାନାରେ କ୍ୟାସ୍‌ କାଉଣ୍ଟରରେ ପ୍ରବେଶ କରିଥିଲେ। କାଉଣ୍ଟରରେ ଥିବା କର୍ମଚାରୀ ଗୋବର୍ଦ୍ଧନ ସାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଟଙ୍କା ବାକ୍ସରେ ଥିବା ସମସ୍ତ ଟଙ୍କା ଲୁଟିନେଇ ଚମ୍ପଟ ହୋଇଯାଇଥିଲେ। ବାହାରେ ଥିବା ଅନ୍ୟ ଜଣେ ମୁଖାଧାରୀ ‌ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଆସିଥିବା ଅନ୍ୟ ଗ୍ରାହକମାନଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ। ଦୁଇ ଲୁଟେରା ସିଆଲଯୋର ଆଡ଼କୁ ଚାଲିଯାଇଥିବା ଜଣାପଡ଼ିଛି। ଖବର ପାଇ କୁତ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଂଚଳର ସୀମା ରାସ୍ତାକୁ ସିଲ୍‌ କରି ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର