ଲହୁଣିପଡ଼ା: ବଣାଇଁ ଉପଖଣ୍ଡ ଟେନ୍ସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ରେଳ ଫାଟକ ନିକଟରେ ଗତ ୨୨ ତାରିଖରେ ଏକ ୧୨ ଚକିଆ ଲୁହାପଥର ବୋଝେଇ ଗାଡ଼ି ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରକ୍ ସଜାଡ଼ିବା ବିଳମ୍ବ ହେବାରୁ ସେହିଠାରେ ହିଁ ପଡ଼ିରହିଥିଲା ଓ ସେଠାରେ ଜଣେ ଖଲାସୀ ଜଗି ରହିଥିଲା। ମାତ୍ର ଗତକାଲି ରାତିରେ ଏକ ନମ୍ବର ବିହୀନ ଧଳା ରଙ୍ଗର ସ୍କର୍ପିଓ ଗାଡ଼ିରେ ୫ ଜଣ ଦୁର୍ବୃତ୍ତ ଖଲାସୀ ଶତୃଘ୍ନ ସାହୁଙ୍କୁ ମାଡ଼ମାରି ଗାଡ଼ିରୁ ଦୁଇଟି ଚକ ନେଇଯାଇଛନ୍ତି, ଯାହା ମୂଲ୍ୟ ୮୦ ହଜାର ହେବ। ଗତ କିଛି ଦିନ ହେବ ଟେନ୍ସା ଅଞ୍ଚଳରେ ଲୁଟ୍ତରାଜ ବଢିବାରେ ଲାଗିଛି। ବିଶେଷକରି ରାତିରେ ଯାତାୟତ କରୁଥିବା ଲୁହାପଥର ବୋଝଇ ଟ୍ରକ୍ମାନଙ୍କୁ ଦୁର୍ବୃତ୍ତ ଟାର୍ଗେଟ କରୁଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯାଉଥିବା ବେଳେ ଏବେ କିନ୍ତୁ ତାହା ସମ୍ପୂର୍ଣ୍ଣ ରୁପେ ବନ୍ଦ ହୋଇଯାଇଛି। ପାଟ୍ରୋଲିଂ ବନ୍ଦ କରାଯିବା ନେଇ ପୁଲିସ ବଡ଼ବାବୁଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଧାରଣଙ୍କ ସୁରକ୍ଷା ପାଇଁ ପୁଲିସ କାର୍ଯ୍ୟ କରୁଥିବା ବେଳେ ଟେନ୍ସା ଅଞ୍ଚଳରେ ସେମିତି କିଛି ପରିଲକ୍ଷିତ ହେଉନି, ଫଳରେ ପୁଲିସ କାର୍ଯ୍ୟ ଉପରେ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଲୁଟେରାଙ୍କ ଉତ୍ପାତ
/sambad/media/post_attachments/wp-content/uploads/2019/05/rkl-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)