ପ୍ରେମିକର ଆତ୍ମହତ୍ୟା, ପ୍ରେମିକା ଗୁରୁତର

ଲେଫ୍ରିପଡ଼ା: ସରଫଗଡ଼ ଗ୍ରାମର ଭୀଷ୍ମ ଦଣ୍ଡସେନା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଜନାର୍ଦ୍ଦନପୁର ଗ୍ରାମର ଜନୈକା ଯୁବତୀଙ୍କୁ ଭୀଷ୍ମ ଦୀର୍ଘ ଦିନରୁ ଭଲ ପାଇ ଆସୁଥିଲେ। ଗତ ସୋମବାର ଦିନ ସେ ଯୁବତୀଙ୍କୁ ଭେଟିବାକୁ ଯାଇଥିବାବେଳେ ଗ୍ରାମର କିଛି ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ହେବା ସହ ତାଙ୍କୁ ମାଡ଼ପିଟ୍‌ କରିଥିଲେ। ସେହିଦିନ ରାତିରେ ଭୀଷ୍ମ ଘରକୁ ଫେର ବିଷ ପିଇ ଦେଇଥିଲେ। ଘର ଲୋକେ ତାଙ୍କୁ ସକାଳେ ସୁନ୍ଦରଗଡ଼ ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଭୀଷ୍ମଙ୍କର ପୂର୍ବରୁ ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ଅନ୍ୟ ପକ୍ଷରେ ଯୁବତୀ ଜଣଙ୍କ ମଧ୍ୟ ବିଷ ପିଇ ଦେଇଥିଲାବେଳେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।

ସମ୍ବନ୍ଧିତ ଖବର