ସୁନ୍ଦରଗଡ଼: ଆଜି ବିଜେପି ସୁନ୍ଦରଗଡ଼ (ସାଂଗଠନିକ) ଜିଲ୍ଲା ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଗର ମଣ୍ଡଳ ପକ୍ଷରୁ ପୌରାଞ୍ଚଳରେ ମୋଦୀଙ୍କ ସୁଶାସନ, କେନ୍ଦ୍ର ସରକାରଙ୍କ ସେବା ଓ ଗରିବ କଲ୍ୟାଣ ଯୋଜନାର ପ୍ରଚାର କରିଥିଲେ। ଏହି ଅବସରରେ ମଣ୍ଡଳ ସଭାପତି ମନୋଜ ପୁରୋହିତ (ନାନୁ)ଙ୍କ ଅଧ୍ୟକ୍ଷତାରେ ମହା ଜନ ସମ୍ପର୍କ ଅଭିଯାନ ପରିପ୍ରେକ୍ଷୀରେ ସମ୍ପର୍କରୁ ସମର୍ଥନ କାର୍ଯ୍ୟକ୍ରମ ପାଇଁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।

Advertisment

publive-image

ପଦଯାତ୍ରାରେ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ, ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇ ଏବଂ ସୁନ୍ଦରଗଡ଼ ପୌରାଧକ୍ଷା ତନୟା ମିଶ୍ର ପ୍ରମୁଖ ଯୋଗ ଦେଇ ଦୋକାନ ଦୋକାନ, ଘର ଘର ବୁଲି ପ୍ରଚାରପତ୍ର ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର, ଅଜୟ ପଟେଲ,ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭେଷଜ ରଥ, ଜିଲ୍ଲା ଉପସଭାନେତ୍ରୀ ସଂଯୁକ୍ତା ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଖଲାଲ ମୁଣ୍ଡା, ଯଶୋବନ୍ତ ନାଏକ, ଅମୀର ନାଏକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅମୀୟ ପଟ୍ଟନାୟକ, ଏସସି ମୋର୍ଚ୍ଚା ପୂର୍ବତନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ ତନ୍ତି, ଏସସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ରାଜା କାକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପୁରୋହିତ, ଅନୁପମା ଟପ୍ପୋ, ମନୀଷ ପଟେଲ, ୱାର୍ଡ଼ କାଉନସିଲର ଭାରତୀ ପଟେଲ, ଦୀପଞ୍ଜଳି ନନ୍ଦ, ମିତ୍ରଭାନୁ ପଟେଲ, ନିବେଦିତା ସୋରେଙ୍ଗଙ୍କ ସମେତ ଶତାଧିକ ନଗର ମଣ୍ଡଳ ଅଧୀନସ୍ଥ ଜିଲ୍ଲା, ମଣ୍ଡଳ କାର୍ଯ୍ୟକର୍ତ୍ତା ଏବଂ ବିଜେପି ସମର୍ଥକ ସାମିଲ ହୋଇଥିଲେ ।