ସୁନ୍ଦରଗଡ଼: ମଦ ନିଶାରୁ ଝଗଡ଼ା, ପରେ ହତ୍ୟା। ବନ୍ଧୁଙ୍କୁ ହତ୍ୟା କରି ବନ୍ଧୁ ଗିରଫ। ଧରୁଆଡିହି ଥାନା ବାନ୍ଦୁବାହାଲରେ ଘଟିଛି ଏହି ଘଟଣାା। ଗାଁର ସୁନୀଲ ସୁନାନୀ ଓ ତିଲେଇମଲଟି ଗାଁର ଗଗନ ସାଏ ଦୁଇ ବନ୍ଧୁ ସୋମବାର ନିକଟସ୍ଥ ଗାଁ ହାଟରେ ଭେଟ ହୋଇଥିଲେ। ମଦମିଇ ରାତିରେ ଫେରୁଥିବାବେଳେ ବାନ୍ଦୁବାହାଲ ନିକଟରେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

Advertisment

ମଦନିଶାରେ ସୁନୀଲଙ୍କ ମୁହଁକୁ ଗଗନ ମୁଥ ପରେ ମୁଥ ମାରିଥିଲେ। ଯାହା ଫଳରେ ସୁନୀଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହା ପରେ ଗଗନ ଗାଁକୁ ପଳାଇଥିଲା।

ଏପ‌ଟେ ମୃତ୍ୟୁ ଖବର ପାଇ ତାଙ୍କ ପତ୍ନୀ ସୁନାସିନୀ ଧରୁଆଡିହି ଥାନାରେ ରାତି ୨ଟାରେ ଏତଲା ଦେଇଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମଙ୍ଗଳବାର ସକାଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଲିସ ଅଭିଯୁକ୍ତ ଗଗନକୁ ତିଲେଇମଲଟି ଗାଁରୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଦନିଶାରୁ ବନ୍ଧୁକୁ ବନ୍ଧୁ ହତ୍ୟା କରିବା ଚର୍ଚ୍ଚାର ବିଷୟ ହୋଇଛି।

murder | sundargarh