ରାଉରକେଲା: ଟାଙ୍ଗିଆରେ ନିଜ ଭାଉଜଙ୍କୁ ହତ୍ୟା କରିବା ପରେ ଦିଅର ରସି ଲଗାଇ ଆତ୍ମହତ୍ୟା କରିଛି। ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ରିଉ ଗାଁରେ ରବିବାର ଏହି ଘଟଣା ଦେଖିବାକୁ ମିଳିଛି। ହତ୍ୟାକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ, ରିଉ ଗାଁର ଲାଖିରାମ ଭୂମିଜ ତାଙ୍କ ଭାଉଜ ମାନି ଭୂମିଜକୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲେ। ତା ପରେ ସେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।
କୌଣସି କାରଣକୁ ନେଇ ଦିଅର ଓ ଭାଉଜ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଦିଅର ଉତ୍ତ୍ୟକ୍ତ ହୋଇ ନିଜ ମାନସିକ ଭାରସାମ୍ୟ ହରାଇ ଭାଉଜକୁ ଟାଙ୍ଗିଆରେ ହତ୍ୟା କରିଥିବା ଜଣାପଡ଼ିଛି। ଏହାପରେ ଅଭିଯୁକ୍ତ ଦିଅର ଲଖିରାମ ଭୂମିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସର୍ବସାଧାରଣରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/axe-4.jpg)