ସୁନ୍ଦରଗଡ଼: ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ରଜଗାଙ୍ଗପୁର ନିକଟ ଘୋଘରଧାମ ଶିବଲିଙ୍ଗରେ ପାଣି ଢାଳିବାକୁ ଆସିଥିବା ଛତିଶଗଡ଼ର ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଯୁବକଙ୍କ ନାମ ଡିଲେଶ୍ବର ପ୍ରସାଦ ସାହୁ (୨୮)। ତାଙ୍କ ଘର ଛତିଶଗଡ଼ର ଚମ୍ପାରେ ବୋଲି ଜଣାଯାଇଛି।
ସେ ସକାଳୁ ସାଥୀ କାଉଡ଼ିଆଙ୍କ ସହ ଜଳ ଲାଗି କରିବାକୁ ଘୋଘରଧାମରେ ପହଞ୍ଚିଥିଲେ। ଧାମରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ଧାଡିରେ ଡିଲେଶ୍ବର ଠିଆ ହୋଇଥିବାବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ରାଜଗାଙ୍ଗପୁର ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/download.jpg)