ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର କରଡେଗା ବସଷ୍ଟପରୁ ପୁଲିସ ରାଜମିସ୍ତ୍ରୀଙ୍କ ଶବ ଉଦ୍ଧାର କରିଛି । ମୃତକ ଜଣକ ହେଲେ ମହୁଲଛାପର ବେଲାବେଡାର ଜୁହାନ କଣ୍ଡୁଳନା (୩୬)। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ଜୁହାନକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ମୁତାବକ ଗତକାଲି ଜୁହାନ, ସମ୍ପର୍କୀୟ ଭାଇ ଠିକାଦାର ବିନୋଦ, ଝାରଖଣ୍ଡ ଦଲକିର ଅନିଲ ଗୁଡ଼ିଆ ମଦ ପିଇବାକୁ ଘରୁ ବାହାରି ଯାଇଥିଲେ। ଜୁହାନଙ୍କ ପତ୍ନୀ ନଈମତି ମନା କରିଥିଲେ ମଧ୍ୟ ସେ ମାନି ନ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଜୁହାନ ଘରକୁ ନ ଫେରିବାରୁ ପରିବାରଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଗତଜାଲି ହାତିବାରୀ ପୁଲିସ ପାଟ୍ରୋଲିଂ ବେଳେ ବସଷ୍ଟପରେ ଜୁହାନଙ୍କର ଶବ ପଡ଼ିଥିବା ଦେଖି ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଆଜି ସକାକେ ପରିବାରଲୋକ ପହଞ୍ଚି ଶବ ଚି଼ହ୍ନଟ କରିଥିଲେ। ସେପଟେ ଜୁହାନର ମୃତ୍ୟୁ ପରେ ବିନୋଦ ଓ ଅନିଲ ଫେରାର ହୋଇ ଯାଇଥିବାରୁ ହତ୍ୟା ସନ୍ଦେହ ଆହୁରି ଘନୀଭୂତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/29ce7bfd-02fd-44ed-aa0a-c62af34beb3f.jpg)