ସୁନ୍ଦରଗଡ଼: ଆଜି ଠାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପରୀକ୍ଷାକୁ ଅବାଧ ତଥା କପି ରୋକିବା ପାଇଁ ଜିଲ୍ଲାସ୍ତରୀୟ ୩ ଟି ଓ ରାଜ୍ୟସ୍ତରରୁ ଏକ ସ୍ଵତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଛି। ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ୨୪ହଜାର ୯୨୧ ଜଣ ପରୀକ୍ଷାର୍ଥୀ ପାଇଁ
୧୨୧ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ରାଜ୍ୟ ମୁକ୍ତ ବିଦ୍ୟାଳୟର ୩ ଟି କେନ୍ଦ୍ର କରାଯାଇଥିବା ବେଳେ ମଧ୍ୟମା ପରୀକ୍ଷା ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ୨୪ ଟି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ରୂପେ ଚିହ୍ନଟ କରି, ସେସବୁ କେନ୍ଦ୍ର ଉପରେ କଡ଼ା ନଜର ରଖାଯାଇଛି।

Advertisment

ସେହିପରି ପ୍ରଶ୍ନପତ୍ର ରଖିବା ପାଇଁ ୨୦ଟି ନୋଡାଲ ସେଣ୍ଟର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ।
ପ୍ରଥମ ଦିନରେ ସକଳ.୭ଟା ୩୦ ମିନିଟରୁ ୮ଟା ୧୫ ମିନିଟ ଭିତରେ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ପ୍ରବେଶ କରିଥିଲେ। ୯ ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ଗଣିତ ଦିନ ୧୫ ମିନିଟ ଅଧିକ ଦିଆଯିବ କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।