ରାଉରକେଲା: ଆଜି ସକାଳେ ଜଣଙ୍କର ମୃତ୍ୟୁ। ଏହାଫଳରେ ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହି ମୃତ୍ୟୁର କାରଣ ଖୋଜୁଛି ଜିଲ୍ଲା ପ୍ରଶାସନ ଓ ଡାକ୍ତରୀ ଟିମ୍। ଘଟଣାର ତଦନ୍ତ ପାଇଁ ନିର୍ଦେଶକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କ ନେତୃତ୍ୱରେ ଚାରି ଜଣିଆ ଟିମ ଗଠନ କରାଯାଇଛି। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଆରଜିଏଚରେ ପହଞ୍ଚିଛି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisment

ଡାକ୍ତର ଟିମ୍ ଚାରି ୱାର୍ଡରେ ଭର୍ତ୍ତି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଜୁଏଲ ଓରାମ ଡାକ୍ତର ସୁଧାରାଣୀଙ୍କୁ ପରାମର୍ଶ ଦେଇଛନ୍ତି। ଏଡିଏମ ଶ୍ରୀ କୁଲକର୍ଣ୍ଣୀ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ଏବେ ସୁଦ୍ଧା ୧୨ଜଣଙ୍କର ମୃତ୍ୟୁ ହୋଇଛି। ଚାରି ଅଂଶୁଘାତରେ ମୃତ୍ୟୁ ହେଉଥିବା ଅନୁମାନ କରାଯାଉଛି।