ରାଉରକେଲା: ରାଉରକେଲାରେ ଲକ୍ଷାଧିକ ଟଙ୍କାର ସୁନା ଗହଣା, ଟିଭି, ମୋବାଇଲ ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଥିବାର ଖବର ମିଳିଛି। ଏହି ମାମଲାରେ ଗୋଟିଏ ପରିବାରର ଜଣେ ସଦସ୍ୟଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ଅନ୍ୟ ତିନିଜଣ ଅଟକ ରଖିଥିବାର ସୂଚନା ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଟାଙ୍ଗରପାଲି ଥାନା ପୁଲିସ୍ ଲକ୍ଷାଧିକ ଟଙ୍କାର ସୁନା ଗହଣା, ଟିଭି, ମୋବାଇଲ ସମେତ ଅନ୍ୟାନ୍ୟ ଜିନିଷ ଜବତ କରିଛି। ଏହି ମାମଲାର ଅଭିଯୁକ୍ତମାନେ ହେଲେ ଅମରେନ୍ଦ୍ର ପାଟଶାଣୀ(୨୬), ଦୀନବନ୍ଧୁ ପାଟଶାଣୀ(୬୦), ନଳିନୀ ପାଟଶାଣୀ(୫୫) ଓ ବିଷ୍ଣୁପ୍ରିୟା ପାତ୍ର(୩୨)। ଏମାନଙ୍କ ଭିତରୁ ଅମରେନ୍ଦ୍ର ପାଟଶାଣୀଙ୍କ ନାଆଁରେ ପୂର୍ବରୁ କେତେକ ମାମଲା ରହିଥିବା ଜଣାଯାଇଛି। ଏନେଇ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/f82a9712-50be-49b7-9856-1a3a0cec89c9.jpg)