ସୁନ୍ଦରଗଡ଼: କାୱାଲି କାର୍ଯ୍ୟକ୍ରମରେ ଉଡ଼ିଲା ପୁଳାପୁଳା ଟଙ୍କା। କିଏ ୫୦୦ ଟଙ୍କିଆ ତ ଆଉ କିଏ ୧୦୦, ୨୦୦ ଆଉ କିଏ କିଏ ୧୦ ଟଙ୍କିଆ ଓ ୨୦ ଟଙ୍କିଆ ନୋଟ୍ ଉଡ଼ିଲା। ଅବସର ଥିଲା ସୁନ୍ଦରଗଡ଼ଠାରେ ଆୟୋଜିତ ମୁସଲିମ ୟୁଥ୍ କମିଟି ପକ୍ଷରୁ କୱାଲି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଚାଲିଥାଏ ଗାୟକ ଗୋଟେ ପରେ ଗୋଟେ କାୱାଲି ପରିବେଷଣ କରିଥାନ୍ତି ଲୋକେ ଟଙ୍କା ଉଡ଼ାଉଥାଆନ୍ତି। ଏପରି କି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାଏକ ମଧ୍ୟ ପଛରେ ନଥିଲେ। ସେ ମଧ୍ୟ ଟଙ୍କା ଉଡ଼ାଉଥାନ୍ତି।

Advertisment

publive-image

ସୋସିଆଲ ମିଡିଆର ସେନସେସନ୍ ପାଲଟିଥିବା ସାଁପ ଡସେ ତୋ ଦୋସ୍ତ୍ ବଚାଏ , ଦୋସ୍ତ୍ ଡସେ ତୋ କୌନ ବଚାଏ... ଫେମ୍ କାୱାଲି ଗାୟକ ରାଇସ ଅନିସ ଶାବରୀଙ୍କ କାର୍ଯ୍ୟକ୍ରମରେ ଏପରି ଦେଖିବାକୁ ମିଳିଛି। ସ୍ଥାନୀୟ ଏକ ହୋଟେଲ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା। ଏହି ଘଟଣା ଏବେ ସୁନ୍ଦରଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି।