ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ଧରୁଆଡ଼ିହି ଥାନା ସାଲେପାଲିରେ ଅଘଟଣ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ବର୍ଷ ବୟସର ବାଳକ ମୃତ। ଟିଭି ସେଟଅପ ବାକ୍ସର ତାରକୁ ଧରିଦେବା ଫଳରେ ଏହି ଅଘଟଣ ଘଟିଥିବା କୁହାଯାଉଛି।
ଘରେ ମୋବାଇଲରେ ଖେଳୁଥବା ଦେଖି ବାପା ମାଆ ଅନ୍ୟମନସ୍କ ହୋଇଯାଇଥିଲେ। ତେବେ ପିଲାଟି ଟିଭିର ସେଟ୍ ବକ୍ସରେ ଲାଗିଥିବା ଇଲେକ୍ଟ୍ରିକ ତାରକୁ ଛୁଇଁ ଦେଇଥିଲା। ଫଳରେ ସେ ଝଟକା ଖାଇ ଗୁରୁତର ହୋଇପଡ଼ିଥିଲା। ତାର ଚିତ୍କାର ଶୁଣି ବାପା ମାଆ ଦୌଡ଼ି ଆସି ତାକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ଟିଭି ସେଟଅପ ବକ୍ସର ତାରକୁ ଧରିଲା ନାବାଳକ: ଉଡ଼ିଗଲା ପ୍ରାଣବାୟୁ
/sambad/media/post_attachments/wp-content/uploads/2021/04/electric-shock-1.jpg)