ରାଉରକେଲା/ କୋଇଡା : ଦୀପାବଳୀ ଉତ୍ସବ ପାଳନ ବେଳେ କେତେକ ସ୍ଥାନରେ ବାଣ ଫୁଟି ଲୋକମାନେ ଆହତ ହୋଇଥିବା ସୂଚନା ଆସୁଛି। ବଣାଇ ଅଞ୍ଚଳରେ ବାଣ ଫୁଟାଉଥିବା ବେଳେ ଦୁଇଟି ପୃଥକ ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ବଣାଇଁ ଉପଖଣ୍ଡ ମହୁଲପଦା ଥାନାର ଧୋକାମୁଣ୍ଡା ଏବଂ ବଣାଇ ଅଞ୍ଚଳରେ ଦୁଇ ଜଣ ଯୁବକ ସମେତ ଜଣେ ମହିଳା ବାଣ ଫୁଟାଉ ଥିବା ବେଳେ ଆହତ ହୋଇଛନ୍ତି। ଧୋକାମୁଣ୍ଡା ଗ୍ରାମର କଳାକାର ନାଏକ ବମ ଫୁଟାଉଥିବା ବେଳେ ହଠାତ ହାତରେ ବାଣଟି ଫୁଟିଯାଇଥିଲା । ଫଳରେ କଳାକାର ନାଏକଙ୍କ ବାମ ହାତରେ ଗୁରୁତର ଆଘାତ ଲାଗିଥିଲା। ସେହିପରି ବଣାଇ ସହରରେ ମଧ୍ୟ ଜଣେ ଯୁବକ ଏବଂ ଜଣେ ମହିଳାଙ୍କ ହାତରେ ବାଣ ଫୁଟି ଯିବାରୁ ସେମାନେ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ଆହତମାନଙ୍କୁ ବଣାଇ ଡାକ୍ତରଖାନା ଅଣା ଯାଇଥିଲା। ଆଘାତ ଗୁରୁତର ଥିବାରୁ ପରେ ଦୁଇ ଆହତ ଯୁବକଙ୍କୁ ଚିକିତ୍ସା ଲାଗି ରାଉରକେଲା ପଠାଯାଇଛି।
ଏଣେ କୋଇଡା ମୁଖ୍ୟ ଛକଠାରୁ ରାସ୍ତାକଡ଼ରେ ଥିବା ଗାଡ଼ି ମୋଟରପାର୍ଟସ ଜ୍ୟୋତି ଏଣ୍ଟରପ୍ରାଇଜେସ ଦୋକାନରେ ଗତକାଲି ରାତିରେ ଦୋକାନ ଭିତରେ ଦୀପ ଲାଗି ନିଆଁ ଲାଗିଯାଇଥିଲା। ଦୋକାନ ଭିତରେ ବଡ଼ ଗାଡ଼ି ମୋବିଲ୍ ସହ, ରବର ସାମଗ୍ରୀ , ପାର୍ଟ୍ସ ଆଦି ଥିବାରୁ ନିଆଁ ସାଙ୍ଗେ ସାଙ୍ଗେ ହୁତୁହୁତୁ ହୋଇ ଜଳିଥିଲା। ସ୍ଥାନୀୟ ଲୋକେ ନିଆଁ ଲାଗିଯାଇଥିବା ଦେଖି ପୁଲିସ୍ ଓ ଦମକଳ ବାହିନୀକୁ ଡାକିଥିଲେ। ଦୀର୍ଘ ଘଣ୍ଟାର ପ୍ରଚେଷ୍ଟା ପରେ ଦମକଳ ବାହିନୀ ନିଆଁକୁ କାବୁ କରିଥିଲେ। ହେଲେ ସେତେ ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇସାରିଥିଲା। ସୂଚନା ମୁତାବକ ଦୋକାନ ମାଲିକ ମଧ୍ୟ ଅସୁସ୍ଥତା କାରଣରୁ ରାଉରକେଲାରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ମାଲିକଙ୍କ ପୁଅମାନେ ଦୋକାନ ପୂଜା କରି ଦୀପ ଲଗାଇ ଚାଲିଯାଇଥିଲେ, ଯାହା ଫଳରେ ଦୋକାନରେ ନିଆଁ ଲାଗିଯାଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Untitled-30.png)