ଭୋଟରଙ୍କ ପ୍ରଶ୍ନରେ ଘାଇଲା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ

ସୁନ୍ଦରଗଡ଼: ପ୍ରଚାର ବେଳେ ଭୋଟରଙ୍କ ପ୍ରଶ୍ନରେ ଘାଇଲା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ଉତ୍ତର ଦେଇନପାରି ଭୋଟରଙ୍କ ଉପରେ ବର୍ଷିଲେ ବିଧାୟିକା। ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ ସାନପତ୍ରାପାଲିରେ ପ୍ରଚାର ଲାଗି ବିଧାୟିକା ନିର୍ବାଚନୀ ସଭା କରୁଥିଲେ। ଜଣେ ଯୁବ ଭୋଟର ତାଙ୍କୁ ପାଞ୍ଚ ବର୍ଷରେ କଣ କରିଥିଲ ବୋଲି ପ୍ରଶ୍ନ କରିଥିଲେ। ତାଙ୍କର ପ୍ରଶ୍ନର ଉତ୍ତର ଦେଇ ମୁଁ କୀର୍ତ୍ତନ ମଣ୍ଡପ, କଲ୍ୟାଣ ମଣ୍ଡପ ରୋଡ ରାସ୍ତା କରିଛି ବୋଲି ଉତ୍ତର ଦେଇଥିଲେ। କିନ୍ତୁ ଯୁବକ ଜଣକ ତାଙ୍କ କଥାକୁ କାଟି ଯୁକ୍ତି କରିଥିଲେ, ଯେଉଁଥିରେ ବିଧାୟିକା କୁସୁମ ଟେଟେ ତାଙ୍କ ଉପରେ ରାଗି ଯାଇଥିଲେ। ଏହାର ମୋବାଇଲ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର