ସୁନ୍ଦରଗଡ: ମୋବାଇଲ ଚୋରକୁ ନିସ୍ତୁକ ମାଡ଼ । ସୁନ୍ଦରଗଡ ସହରର ଟାଉନଥାନା ବିଏସ ହାଇସ୍କୁଲ ଛକ ନିକଟରେ ମୋବାଇଲ ଚୋରି କରୁଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲା ଚୋର । ଚୋରକୁ ଉତ୍ତ୍ୟକ୍ତ ଲୋକେ ଧରି ନିକଟସ୍ଥ ସ୍କୁଲ ପରିସରକୁ ନେଇଥିଲେ, ତା’ ପରେ ଆରମ୍ଭ ହୋଇଥିଲା ମାଡ଼ । ଚାପୁଡ଼ା, ଗୋଇଠା ସହ ବାଡ଼ିରେ ଚୋରି ଉଦ୍ୟମ କରିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଉତ୍ତ୍ୟକ୍ତ ଲୋକେ । ଏହାପରେ ସପୃକ୍ତ ମୋବାଇଲ ଚୋରକୁ ପୁଲିସ ଜିମା ଦିଆଯାଇଥିଲା । ଏହା ପ୍ରଥମ ନୁହେଁ, ପୂର୍ବରୁ ସୁନ୍ଦରଗଡ଼ରେ ଏଭଳି ଚୋରି ଉଦ୍ୟମ ହୋଇଥିବା ସହରବାସୀ କହିଛନ୍ତି। କିନ୍ତୁ ସବୁଥର ଚୋରି କରି ଚୋର ଖସି ପଳାଉଥିବା ବେଳେ ଏଥର ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲା ଚୋର।
Civil Service Quarterly - GOV.UK blogsତେବେ ଧରାପଡିଥିବା ମୋବାଇଲ ଚୋରର ପରିଚୟ ଜଣା ପଡ଼ିନାହିଁ । ସହରବାସୀ କହିଛନ୍ତି ଯେ, ପଡ଼ୋଶୀ ଝାଡ଼ଖଣ୍ଡରୁ କିଛି ଚୋର ଓ ଲୁଟେରା ଆସି ଏପରି ଅପରାଧ କରି ଫେରିଯାଇଥାନ୍ତି । ପୁଲିସରେ ଅଭିଯୋଗ ହେଲା ପରେ ମଧ୍ୟ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଥାଏ ବୋଲି ଅଭିଯୋଗ କରିଛନ୍ତି ସୁନ୍ଦରଗଡ଼ ବାସିନ୍ଦା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/knk-copy11_Thumb.jpg)