ରାଉରକେଲା: ହାୱଡା-ମୁମ୍ବାଇ ମେଲ୍‌ ଦୁର୍ଘଟଣା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ଚାଲିଥିବା ମରାମତି କାମ ଶତପ୍ରତିଶତ ସମ୍ପୂର୍ଣ୍ଣ ହୋଇ ପାରି ନଥିବାରୁ ଆଜି, ଆସନ୍ତାକାଲି (ଶୁକ୍ରବାର) ଓ ଶନିବାର ୯ଟି ଟ୍ରେନ୍‌ ବାତିଲ ହୋଇଛି। ୩ଟି ଏକ୍ସପ୍ରେସ୍‌ ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଛି। ଟାଟାନଗର-ଖଡଗପୁର ମେମୁ ସ୍ବତନ୍ତ୍ର, ଶାଲିମାର -ଏଲ୍‌ଟିଟି ମୁମ୍ବାଇ ଜ୍ଞାନେଶ୍ବରୀ ଏକ୍ସପ୍ରେସ୍‌ ଆଜି ବାତିଲ ହୋଇଛି। ଟାଟାନଗର-ଚକ୍ରଧରପୁର-ଟାଟାନଗର ମେମୁ ସ୍ବତନ୍ତ୍ର, ଟାଟାନଗର-ରାଉରକେଲା-ଟାଟାନଗର ମେମୁ ସ୍ବତନ୍ତ୍ର, ଏନ୍‌ଏସ୍‌ସିବି ଗୋମହ- ଚକ୍ରଧରପୁର ମେମୁ ଏକ୍ସପ୍ରେସ୍‌ ଆସନ୍ତାକାଲି (ଶୁକ୍ରବାର) ଓ ଶନିବାର ଦୁଇଦିନ ବାତିଲ ହୋଇଛି। ଟାଟାନଗର-ବିଳାସପୁର ଏକ୍ସପ୍ରେସ୍‌, ଟାଟାନଗର-ଏତୱାରୀ-ଟାଟାନଗର ଏକ୍ସପ୍ରେସ୍‌ ଶୁକ୍ରବାର ଓ ଶନିବାର ଦୁଇଦିନ ବାତିଲ ହୋଇଛି। ସେମିତି ବିଳାସପୁର-ଟାଟାନଗର ଏକ୍ସପ୍ରେସ୍‌, ହାୱଡା-ଚକ୍ରଧରପୁର-ହାୱଡା ଏକ୍ସପ୍ରେସ୍‌ ଆଜିଠୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ଅନୁରୂପ ଭାବେ ଯୋଗନାଗରୀ ଋଷିକେଶ-ପୁରୀ ଏକ୍ସପ୍ରେସ୍‌ ଝାରସୁଗୁଡା ରୋଡ ଓ ସମ୍ବଲପୁର ସିଟି ଦେଇ ଯିବ। ପୁରୀ-ଯୋଗନାଗରୀ ଋଷିକେଶ ଏକ୍ସପ୍ରେସ୍‌ ସମ୍ବଲପୁର ସିଟି, ଝାରସୁଗୁଡା ‌ରୋଡ ଦେଇ ଯିବ। ଏଲ୍‌ଟିଟି ମୁମ୍ବାଇ-ଶାଲିମାର ଏକ୍ସପ୍ରେସ୍‌ ରାଉରକେଲା, ନୂଆଗାଁ ଓ ଆଦ୍ରା ଷ୍ଟେସନ ଦେଇ ଯିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।