ସୁନ୍ଦରଗଡ଼: ଭଷ୍ମା ଥାନା ଜେ.ରାଏବଗା ଝରାକାନି ଗ୍ରାମରେ ପୂର୍ବ ଶତ୍ରୃତାକୁ ନେଇ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଝରାକାନି ଗ୍ରାମର ରଂଜିତ ମଗଧାଙ୍କର କିଛି ଦିନ ପୁର୍ବରୁ କେତେକ ଲୋକଙ୍କ ସହ ଝଗଡ଼ା ହୋଇଥିଲା। ଅ।ଜି ରଂଜିତ ଘର ପାଖରେ ଠିଅ। ହୋଇଥିବା ବେଳେ ସଂଘବଦ୍ଧ ଭାବେ ୭/୮ ଜଣ ବ୍ୟକ୍ତି ଅସି ରଂଜିତଙ୍କୁ ଲୁହା ହାତୁଡ଼ିରେ ମାରିଥିଲେ। ଏହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ରଂଜିତଙ୍କ ପୁଅ ଛଡ଼ାଇବାକୁ ଅ।ସିଥିବା ବେଳେ ସେ ଅ।ହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ଭଷ୍ମା ଥାନା ପୁଲିସ ଘଟଣାର ତଦନ୍ତ ଅ।ରମ୍ଭ କରିଛି।