ରାଉରକେଲା : ଆଜି ବଣାଇଁ ଥାନା ଅନ୍ତର୍ଗତ ରଥ ଛକ କଟାଖଣ୍ଡି ଠାରେ ସକାଳ ପ୍ରାୟ ଆଠଟା ତିରିଶ ମିନିଟ ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଭୁଜାଲିରେ ହାଣି ଆଶିଷ ନାୟକ(୨୫)କୁ ହତ୍ୟା କରିଥିବା ଜଣାପଡ଼ିଛି l ପରିବାର ଲୋକ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ବଣାଇଁ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ହତ୍ୟାକାଣ୍ଡ ପରେ ହତ୍ୟାକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଡିଛି l ଆଶିଷର ମାଆ କୁନ୍ତଳା ନାୟକ ତାଙ୍କ ପୁଅକୁ ତନୁ ନାୟକ ଦୁଇଟି ଭୁଜାଲିରେ ହାଣି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Man-Killed-Neighbour-Escaped_Thumbnail.jpg)