ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ପଞ୍ଚାୟତ ଅଧୀନସ୍ଥ ଭଦ୍ରାଟୋଲୀ ବସ୍ତିରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଏଠାରେ ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଭତ୍ତାଧାରୀ ବୃଦ୍ଧ ଦମ୍ପତିଙ୍କୁ କିଏ ଓ କେଉଁ କାରଣରୁ ହତ୍ୟା କରିଛି ତାହା ତାକୁ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି।
ଖବର ପାଇ ରାଏବଗା ପୁଲିସ ଓ ବୀରମିତ୍ରପୁର ଏସ୍ ଡି ପି ଓ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ଘଟଣାର ତଦନ୍ତ ଜାରି ରଖିଛନ୍ତି। ଉକ୍ତ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରାଥମିକ ତଦନ୍ତରୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ପୁଲିସ ଆଶଙ୍କା କରୁଛି। କିଛି ସମୟ ପରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା: ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ
/sambad/media/post_attachments/wp-content/uploads/2021/10/3d3d9c9b-6159-4249-9249-9ca2a66ed43b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)