ରାଉରକେଲା: ବଣାଇଁ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ପଟାମୁଣ୍ଡ ଗାଁରେ ଗତ କାଲି ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତା ହତ୍ୟାକାଣ୍ଡର କାରଣ ବୋଲି ଜଣାପଡିଥିବା ବେଳେ ପୁଲିସ୍ ଅଭିଯୁକ୍ତ ହତ୍ୟାକାରୀକୁ ଅଟକ ରଖି ପଚରାଉଚରା ଚଳାଇଛି। ପଟାମୁଣ୍ଡ ଗ୍ରାମର ଟାଂଗୁରୁ ଗିରି ଏବଂ କାଳିଆ ଦେହୁରୀଙ୍କ ମଧ୍ୟରେ ବହୁଦିନ ହେବ ଶତୃତା ଲାଗି ରହିଥିଲା। ଗତକାଲି ପୁଣି ଦୁହିଁଙ୍କ ମଧ୍ୟରେ ବଚସା ହୋଇ ଏହା ହତ୍ୟାକାଣ୍ଡର ରୂପ ନେଇଛି। ଟାଂଗୁରୁ ଏତେ ରାଗି କରି ଥିଲେ ଯେ ଗୋଡେଇ ଗୋଡେଇ କାଳିଆଙ୍କୁ ତାଙ୍କ ଘର ସମ୍ମୁଖରେ ଥିବା ଆଳୁ ବଗିଚାରେ ହତ୍ୟା କରିବା ପରେ କାଳିଆଙ୍କ ଘରକୁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ନିଆଁ ଲାଗି କାଳିଆଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘରେ ଥିବା କାଳିଆଙ୍କ ପତ୍ନୀ ଓ ପିଲାମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ମହୁଲପଦା ପୁଲିସ୍ ରାତିରେ ଅଭିଯୁକ୍ତକୁ ଉଠାଇ ଆଣି ଥାନାରେ ଅଟକ ରହିଥିବା ଜଣାପଡ଼ିଛି। ଏବେ ତଦନ୍ତ ପରେ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି।
ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ପରିବାରର ସମସ୍ତଙ୍କ ଜୀବନ ନେବାକୁ ଚିନ୍ତା କରି ଘର ପୋଡ଼ିଦେଲା ଅଭିଯୁକ୍ତ
/sambad/media/post_attachments/wp-content/uploads/2021/01/Large_bonfire.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)