ରାଉରକେଲା : ନୂଆଗାଁ ପତ୍ରାପାଲି ଗିର୍ଜାଟୋଲିରେ ଭଣଜାର କାଠ ଫାଳିଆ ମାଡରେ ମାମୁର ଜୀବନ ଯାଇଛି l ମୃତ ମାମୁ ହେଲେ ସଂଜିତ ଲାକ୍ରା (୩୬)l ଏହି ହତ୍ୟା ଘଟଣା ବିଷୟରେ ଖବର ପାଇ ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଭଣଜା ସନାତନ ତିଗା (୨୮)କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଦୁର୍ଗାପୂଜା ଅବସରରେ ଗତକାଲି ରାତିରେ ଗିର୍ଜା ଟୋଲିରେ ନୂଆଁଖାଇ ଭେଟଘାଟ ହୋଇଥିଲା l ନୂଆଁଖାଇ ଭେଟଘାଟରେ ଉଭୟ ମାମୁ ଓ ଭଣଜା ଯୋଗ ଦେଇଥିଲେ l କୌଣସି କଥାକୁ କେନ୍ଦ୍ର କରି ମାମୁ ଭଣଜାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏଥିରେ ଉତ୍ତେଜିତ ହୋଇ ସନାତନ ପାଖରେ ପଡିଥିବା କାଠ ଫାଳିଆ ଆଣି ସଂଜିତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା l ଫଳରେ ଘଟଣାସ୍ଥଳରେ ସଂଜିତଙ୍କର ମୃତ୍ୟୁ ହୋଇଥିଲା l ଖବର ପାଇ ବିଶ୍ରା ପୁଲିସ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/WhatsApp-Image-2020-10-26-at-15.29.20.jpeg)