ରାଉରକେଲା : ରଘୁନାଥପାଲି ଥାନା ନେହେରୁପଲ୍ଲୀରେ ଏକ ବନ୍ଦ କୋଠରୀରୁ ଜଣେ ମହିଳାଙ୍କ ଗଳିତ ଶବକୁ ପୁଲିସ୍ ଆଜି ଉଦ୍ଧାର କରିଛି। ମହିଳାଙ୍କୁ ହତ୍ୟା କରି ଫେରାର୍ ହୋଇଥିବା ସ୍ୱାମୀ ସୋହନ୍ ସାଣ୍ଡିଲ୍କୁ ବି ପୁଲିସ୍ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡରେ ସାବତ ମା’ ସମ୍ପୃକ୍ତ ଥିବା ମୃତ ମହିଳାଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି।
ନେହେରୁପଲ୍ଲୀର ରାମଲାଲ ବଡାଇକ୍ଙ୍କ ଘରେ ସୋହାନ ସାଣ୍ଡିଲ୍ ଦୁଇ ପତ୍ନୀଙ୍କ ସହ ରହୁଥିଲେ। ସୋହାନ ଦିନ ମଜୁରିଆ ଭାବେ କାମ କରୁଥିଲେ। ବିଭିନ୍ନ କାରଣରୁ ପ୍ରଥମ ପତ୍ନୀ ଗଙ୍ଗାମଣୀ ସାଣ୍ଡିଲ୍ ଓ ଦ୍ୱିତୀୟ ପତ୍ନୀ ସମ୍ବାରୀ ମୁଣ୍ଡାରୀଙ୍କ ସହ ଅଧିକାଂଶ ସମୟରେ ତାଙ୍କର ଝଗଡ଼ା ହେଉଥିଲା। ଗତ ଶନିବାର ରାତିରୁ ସୋହାନଙ୍କ ଘର ତାଲା ପଡ଼ିଥିଲା। ଆଜି ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ବାସିନ୍ଦା ରଘୁନାଥପାଲି ଥାନାକୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ତାଲା ଭାଙ୍ଗି ସମ୍ବାରୀଙ୍କ ଶବକୁ ଜବତ କରିଥିଲେ। ମଦ ପିଇବା ପରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବାରୁ ସେ କାଠ ଫାଳିଆରେ ପିଟି ସମ୍ବାରୀକୁ ମାରି ଦେଇଥିବା ସୋହାନ ସ୍ୱୀକାର କରିଛି। ମୃତ ସମ୍ବାରୀଙ୍କ ପ୍ରଥମ ସ୍ୱାମୀଙ୍କ ପୁଅ ସମ୍ବାରୁ ଭୂମିଜ ଦେଇଥିବା ଏତଲାରେ ସାବତ ମା’ ଗଙ୍ଗାମଣୀ ଓ ସୋହାନଙ୍କୁ ଦାୟୀ କରିଛନ୍ତିା