ସୁନ୍ଦରଗଡ଼: ପ୍ରଧାନଶିକ୍ଷକଙ୍କୁ ୨ ଲକ୍ଷ ଦାଦାବଟି ମାଗି ଧମକ ଦେଲେ ଦୁର୍ବୃତ୍ତ

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକରେ ଜଣେ ଶିକ୍ଷକଙ୍କୁ ଦୁବୃର୍ତ୍ତମାନେ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଗୁରୁବାର ଅପରାହ୍ନ ୩ଟା ୩୦ରେ ଏକ ଧୂସର ରଙ୍ଗର ପଲ୍‌ସର୍‌ରେ ଆସି ଏହି ଅଞ୍ଚଳର ଏକ ବିଦ୍ୟାଳୟରେ ପହଞ୍ଚି ଥିଲେ। ହିନ୍ଦୀ ଭାଷାରେ କଥା ହେଉଥିବା ଦୁର୍ବୃତ୍ତମାନେ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ୫ ଲକ୍ଷ ଟଙ୍କା ନେବା ପାଇଁ ଦାବି କରିଛନ୍ତି। ଏହା ସହିତ ସେମାନେ ମାସକୁ ୧୦ଟଙ୍କା ଦେବା ପାଇଁ ପ୍ରଧାନଶିକ୍ଷକଙ୍କ ନିକଟରେ ଦାବି କରି ଘଟଣା ସ୍ଥଳରୁ ଚାଲି ଯାଇଛନ୍ତି।

ଦାବି ମୁତାବକ ଟଙ୍କା ନ ମିଳିଲେ ହତ୍ୟା କରାଯିବ ବୋଲି ଧମକ ଦେଇ ସେଠାରୁ ଚାଲି ଯାଇଥିଳେ ବୋଲି ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଯେଉଁ ସମୟରେ ସ୍କୁଲକୁ ଆସିଥିଲେ, ସେହି ସମୟରେ ଖେଳ ଛୁଟିଥିଲା। ସେଥିପାଇଁ ପ୍ରଧାନଶିକ୍ଷକ ନିଜ ପ୍ରକୋଷ୍ଠରେ ଉପସ୍ଥିତ ଥିବା ବେଳେ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ପିଲାମାନଙ୍କ ଖେଳରେ ବ୍ୟସ୍ତ ଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି। ଅନ୍ୟପକ୍ଷରେ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କୁ ହତ୍ୟା ଧମକ ମିଳିବା ପରେ ଅଭିଭାବକମାନେ ଭୟଭୀତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର