ରାଉରକେଲା: ମା'ଙ୍କର ମହା ନବମୀ ପୂଜା ଉପଲକ୍ଷେ ରାଉରକେଲାର ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଗତକାଲି ଅପେକ୍ଷା ଛୋଟ ଠାରୁ ବଡ଼ ସମସ୍ତ ପୂଜା ମଣ୍ଡପଗୁଡ଼ିକରେ ସକାଳ ୯ଟାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ଆରମ୍ଭ ହୋଇଯାଇଥିଲା।
ପୂର୍ବରୁ ଟ୍ରାଫିକ ବ୍ୟବସ୍ଥାର ସୁବନ୍ଦୋବସ୍ତ ହେତୁ ଶ୍ରଦ୍ଧାଳୁଙ୍କ ଭିଡ଼ ସତ୍ତ୍ବେ ଯାତ୍ରୀଙ୍କୁ ରାସ୍ତାରେ ଯିବା ଆସିବାରେ କୌଣସି ପ୍ରକାର ଅସୁବିଧା ପରିଲକ୍ଷିତ ହେଉନାହିଁ। ବିଭିନ୍ନ ଛକସ୍ଥାନ ସହିତ ରିଙ୍ଗ ରୋଡର ଉଭୟପାର୍ଶ୍ବରେ ପୁଲିସ ମୁତୟନ ରହିଛନ୍ତି। ଯେପରି କୌଣସି ପ୍ରକାର ଅଘଟଣ ନଘଟେ ସେଥିପ୍ରତି ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି।
ପୂଜା ମଣ୍ଡପଗୁଡ଼ିକରେ ମା'ଙ୍କର ମହା ନବମୀ ପୂଜା ଚାଲିଛି। ବୁଧବାର ସାଙ୍ଗକୁ ପାଗ ଶୁଖିଲା ରହିଥିବା ବେଳେ ପୂଜା ବୁଲିବାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ଭରି ରହିଛି। ମଣ୍ଡପ ପରିସରରେ ଦୋକାନ ଲଗାଇଥିବା ଛୋଟ ଠାରୁ ବଡ଼ ସମସ୍ତ ଦୋକାନୀମାନେ ଆଜିର ଦିନରେ ଭଲ ଦୁଇପଇସା ରୋଜଗାର କରିବା ପାଇଁ ଆଶାବାନ୍ଧି ବସିଛନ୍ତି। ରାଉରକେଲା ସମେତ ସହର ବାହାରୁ ବି ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ସହିତ ଆକର୍ଷଣୀୟ ତୋରଣ ଦେଖିବା ପାଇଁ ଧାଇଁ ଆସିଛନ୍ତି।
ଛାଡଖଣ୍ଡରୁ ଆସିଥିବା ଶ୍ରଦ୍ଧାଳୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ପ୍ରତିବର୍ଷ ଯେତେ ବି କାମ ଥିଲେ ମୁଁ ଗୋଟିଏ ଦିନର ସମୟ ବାହାର କରି ମୋ ପରିବାରକୁ ନେଇ ରାଉକେଲାର ଦୁର୍ଗା ପୂଜା ଦେଖିବାକୁ ଧାଇଁ ଆସିଥାଏ। ରାଉରକେଲାର ପ୍ରତିଟି ପୂଜା ମଣ୍ଡପର ତୋରଣରେ ସ୍ବତନ୍ତ୍ରତା ଭରି ରହିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/01/new-project-46-2025-10-01-14-44-18.jpg)