ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି

ରାଉରକେଲା: ଚିଟ୍‌ଫଣ୍ଡ ସଂସ୍ଥା ‘ସିସୋର’ ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି ହୋଇଛି। ମିଳିଥିବା ସୂଚନା ଅନୁସାରେ ରାଉରକେଲା ଏସ୍‌ଡିଜେଏମ୍‌ କୋର୍ଟରେ ପ୍ରଶାନ୍ତଙ୍କ ନାମରେ ଏହି ଆଦେଶ ଜାରି ହୋଇଛି। କୈଳାଶ ଲେଙ୍କା ନାମକ ଜଣେ ବ୍ୟଙ୍କିଙ୍କ ମାମଲା ଆଧାରରେ ଏସ୍‌ଡିଜେଏମ୍‌ କୋର୍ଟର ଜର୍ଜ ଅମରେଶ ନାୟକ ଏନ୍‌ବିଡବ୍ଳୁ ଜାରି କରିଛନ୍ତି। ରାଉରକେଲା ଷ୍ଟିଲ ପ୍ଲାଣ୍ଟ(ଆରଏସ୍‌ପି) ଠିକାଦାର କୈଳାଶ ଲେଙ୍କା ସିସୋର ଆକାଉଣ୍ଟରେ ୭୫ ଲକ୍ଷ ଟଙ୍କା ଜମା କରିଥିଲେ। କିନ୍ତୁ ୨୦୧୩ରେ ମ୍ୟାଚୁରିଟି ପୂରିବା ପରେ ବି କୈଳାଶ ଟଙ୍କା ଫେରସ୍ତ ପାଇ ନଥିଲେ। ସେହି ସମୟରେ ପ୍ରଶାନ୍ତ ଦାଶ ଗିରଫ ହୋଇ କୋରାପୁଟ ସର୍କଲ ଜେଲରେ ଥିଲେ।

ଜଜ ଅମରେଶ ନାୟକ ପ୍ରଶାନ୍ତ ଦାଶଙ୍କ ବ୍ୟତୀତ ଗାୟତ୍ରୀ ସାହୁ, ପ୍ରିୟବ୍ରତ ଧଳ, ନଳିନୀ କାନ୍ତ ଗୋଚ୍ଛାୟତ ଓ ବଳରାମ ସାମଲଙ୍କ ବିରୋଧରେ ଗତ ଜୁନ ୨୫ରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛନ୍ତି। ଏନ୍‌ବିଡବ୍ଲୁ ଜାରି କରିବା ପୂର୍ବରୁ ପ୍ରଶାନ୍ତ ଦାଶ ସମେତ ଏହି ଘଟଣା ସହିତ ଜଡିତ ଅନ୍ୟ ୫ ଜଣଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ ଜାରି ହୋଇଥିଲା କିନ୍ତୁ ସେମାନେ କୋର୍ଟରେ ହାଜର ହୋଇ ନଥିଲେ।

ସମ୍ବନ୍ଧିତ ଖବର