ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଜଣେ ଖବରକାଗଜ ହକରଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ସୁନ୍ଦରଗଡ଼ ଟାଉନ ଥାନା ଆରଏଚଏସ କଲୋନିରେ ଭଡ଼ା ଘରେ ରହି ଖବରକାଗଜ ହକର୍ କାମ କରୁଥିବା ମହେନ୍ଦ୍ର ସାହୁ (୩୫)ଙ୍କ ଝୁଲନ୍ତା ମୃତଦେହ ଠାଵ ହୋଇଛି। ଘର ଭିତରେ ସିଲିଂରେ ସେ ଝୁଲି ପଡ଼ିଥିବା ଦେଖାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବାର ଜଣାଯାଇଛି।

Advertisment

ବଣାଇ ଵ୍ଲକ୍ ଝାରବେଡାରୁ ତାଙ୍କ ପରିବାର ଲୋକେ ଆସିଲେ ମୃତଦେହ ଉଦ୍ଧାର ହେବ ଓ ଵ୍ୟଵଚ୍ଛେଦ ପାଇଁ ପଠାଯିବ ଵୋଲି ସୂଚନା ରହିଛି।  ମହେନ୍ଦ୍ର ବଣାଇରୁ ଆସି ସୁନ୍ଦରଗଡ଼ରେ ୨୦ ଵର୍ଷ ଧରି ହକର୍ କାମ କରୁଥିଲେ। ତେବେ ଏଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।