ରାଉରକେଲା: ସର୍ବଭାରତୀୟ ସ୍ତରରେ ପୁଣି ଚମକିଛି ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପ୍ରକାଶିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରୢାଙ୍କିଂ ଫ୍ରେମ୍‌ୱାର୍କ‌୍(ଏନ୍‌ଆଇଆର୍‌ଏଫ୍‌) ତାଲିକାରେ ଉତ୍କୃଷ୍ଟ ସ୍ଥାନରେ ରହିଛି। ଅନୁଷ୍ଠାନ ସମଗ୍ର ଦେଶରେ ସାମଗ୍ରିକ ବର୍ଗରେ ୩୪ତମ ସ୍ଥାନରେ ରହିଛି। ଏହି ବର୍ଗରେ ଏନ୍‌ଆଇଟି ଉପରକୁ କେବଳ ଶିକ୍ଷା ଓ ଅନୁଷ୍ଠାନ ଏବଂ କିଟ୍‌(ଭୁବନେଶ୍ବର) ରହିଛି। ବୈଷୟିକ ଶିକ୍ଷାନୁଷ୍ଠାନ ବର୍ଗରେ ଏନ୍‌ଆଇଟି ସମଗ୍ର ଦେଶରେ ୧୯ତମ ସ୍ଥାନରେ ରହିଛି।

Advertisment

ଓଡ଼ିଶାର ଅନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ତାଲିକାରେ ଏନ୍‌ଆଇଟି ରାଉରକେଲା ଶୀର୍ଷ ସ୍ଥାନ ଦଖଲ କରିଛି। ଏହାସହ ସ୍ଥାପତ୍ୟ ଓ ଯୋଜନା ବର୍ଗରେ ୯ମ ଓ ଗବେଷଣା ବର୍ଗରେ ୩୦ ତମ ସ୍ଥାନରେ ରହିଛି। ଏହି ଦୁଇ ବର୍ଗରେ ମଧ୍ୟ ଏନ୍‌ଆଇଟି ରାଜ୍ୟର ଅନ୍ୟ ଅନୁଷ୍ଠାନ ତୁଳନାରେ ଢ଼େର୍‌ ଆଗରେ ରହିଛି। ଉଲ୍ଲେଖଯୋଗ୍ୟ, ଗବେଷଣା ବର୍ଗରେ କିଟ୍‌(ଭୁବନେଶ୍ବର) ୪୬ ଓ ଶିକ୍ଷା ଓ ଅନୁସନ୍ଧାନ(ଭୁବନେଶ୍ବର) ୫୦ତମ ସ୍ଥାନରେ ରହିଛି।