ରାଉରକେଲା: ଇସ୍ପାତସହରରେ ଉତ୍ସାହ ଉଦ୍ଦୀପନାର ସହ ‘ସମ୍ବାଦ ଆମ ଓଡ଼ିଶା’ ପକ୍ଷରୁ ‘ରାକ୍ଷୀ ବାନ୍ଧି ନିଶା ନିବାରଣ ବ୍ରତ ପାଳନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଏଥିରେ ଅତିଥିମାନେ ନିଶାସେବନର କୁପରିଣାମ ଓ ଏହାର ନିରାକରଣ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ନିଜେ ନିଶାସେବନଠାରୁ ଦୂରରେ ରହିବାସହ ଅନ୍ୟକୁ ଏଥିରୁ ନିବୃତ୍ତ ରଖିବାକୁ ପରାମର୍ଶ ଦେଇଥିଲେ। ପରେ ଅଂଶଗ୍ରହଣକାରୀ ନିଶା ନିବାରଣ ଶପଥପାଠ କରିଥିଲେ। ମହତ୍ ଉଦ୍ଦେଶ୍ୟନେଇ ଅନୁଷ୍ଠିତ ସାମୂହିକ ରାକ୍ଷୀ ପାଳନ ଅବସରରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା।
ଉତ୍କଳମଣୀ ଗୋପବନ୍ଧୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିଅରିଂ(ୟୁଜିଆଇଇ)ଅନୁଷ୍ଠାନର ଛାତ୍ରାବାସରେ ରାକ୍ଷୀବନ୍ଧନ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ସ୍ବତନ୍ତ୍ର ଅତିଥିଭାବେ ୟୁଜିଆଇଇର ପ୍ରଫେସର ଶିଶିର କୁମାର ଦଳେଇ, ପ୍ରଫେସର ରଘୁନାଥ ମାରାଣ୍ଡି ଯୋଗଦେଇ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ, ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ। ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ, ସ୍ବେଚ୍ଛାସେବୀ ସଂଗଠନ ସମେତ ମହିଳା ସଂଗଠନର ସଦସ୍ୟା ଯୋଗଦେଇ ଅନ୍ତେବାସୀଙ୍କୁ ରାକ୍ଷୀବାନ୍ଧି ମିଠା ଖୁଆଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ସଞ୍ଜୀବ ନାୟକ, ‘ସ୍ମାର୍ଟ୍ ଲେଡିଜ୍ କ୍ଲବ’ର ଲୀନା ନାୟକ, ରଞ୍ଜିତା ଶତପଥୀ, ପ୍ରତିଭା ପ୍ରୀୟଦର୍ଶିନୀ, ହେମଲତା ପ୍ରସାଦ, ପ୍ରୀତିରାଣୀ ରାଉତ, ସଂଯୁକ୍ତା ତ୍ରିପାଠୀ, ରଞ୍ଜିତା ଭଞ୍ଜଦେଓ, ସଂଯୁକ୍ତା ଶତପଥୀ, ‘ଯାଜ୍ଞସେନୀ’ର ନୀନାରାଣୀ ଜେନା, ଆରତୀ ମିତ୍ର, ଜୟଶ୍ରୀ ସାବତ, ଅଳକା ମହାନ୍ତି, ସବିନା ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ସେହିଭଳି ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ: ସରକାରୀ ସ୍ବୟଂ ଶାସିତ କଲେଜର ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ବେହେରା ‘ସମ୍ବାଦ’ର ଏଭଳି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଉପସ୍ଥିତ ଛାତ୍ରଙ୍କୁ ଆଜିଠୁ ନିଶାଠୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ ସଂକଳ୍ପ କରାଇଥିଲେ। କଲେଜର ଅଜୟ କୁମାର ବେହେରା ଓ କର୍ମଚାରୀମାନେ ନିଶା ନିବାରଣ ଉପରେ ନିଜର ମତ ରଖିଥିଲେ। ବାଜିରାଉତ ଶିକ୍ଷାନିକେତନର ଶିକ୍ଷୟିତ୍ରୀ ସରସ୍ବତୀ ପରିଡ଼ା ସମସ୍ତ କଲେଜ ଛାତ୍ରଙ୍କୁ ନିଶା ନିବାରଣଠାରୁ ଦୂରେଇ ରହିବାକୁ ଶପଥ କରାଇଥିଲେ। ‘ସମର୍ପଣ’ ସଭାପତି ଝୁନୁ ନାୟକଙ୍କ ସହ ପ୍ରାଞ୍ଜଳି ନାଗ, ରେଖା ଗୁପ୍ତା, ନମିତା ନାୟକ, ଗ୍ରେସି ଡାଭିଡ, ଅର୍ଚ୍ଚନା ସେଠୀ, ‘ଲେଡି ଲାୟନ’ ଅନୁଷ୍ଠାନ ସଭାପତି ବନ୍ଦିତା ମହାତୋଙ୍କ ସହ ଅନୁପମା ଦାସ, କବିତା ମହାତୋ, ଶୈଳବାଳା ମହାନ୍ତି, ସ୍ବର୍ଣ୍ଣ ପଲାଇ, ‘ ଦ ମିରର ଫାଉଣ୍ଡେସନ’ର ସଂଧ୍ୟାରାଣୀ ସ୍ବାଇଁ, ଅନିଭା ସାହୁ, ଜ୍ୟୋର୍ତିମୟୀ ବାରିକ୍ ପ୍ରମୁଖ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ମିଠା ଖୁଆଇଥିଲେ। ଭାଇମାନଙ୍କୁ ଆଜିଠୁ ନିଶାଠୁ ଦୂରେଇ ରହିବାକୁ ଶପଥ କରାଇଥିଲେ। ସେମିତି ‘ ଆମେ ଭାରତୀୟ’ ଅନୁଷ୍ଠାନର ପରମେଶ୍ବର ସାମଲ, ପ୍ରଜ୍ଞାପ୍ରଦୀପ୍ତ ଲେଙ୍କା, ଗଗନାନନ୍ଦ ଦାସଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ‘ସମ୍ବାଦ’ର ଏହି ଅଭିନବ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/b1cc710e-5815-43a3-b497-87fce7730c11.jpeg)