ରାଉରକେଲା/ବଣାଇଁଗଡ଼: ସୁନ୍ଦରଗଡ଼ଜିଲ୍ଲା ଲହୁଣୀପଡ଼ା ଥାନାର ରାଜମୁଣ୍ଡlର ଜାତୀୟ ରାଜପଥ ସମରଦରି ଛକ ନିକଟରେ ହାଇୱା ଧକ୍କାରେ ଜଣେ ରାଉରକେଲା ଏନଆଇଟିରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ରାଉରକେଲାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ମୃତ ଛାତ୍ର କାର୍ତ୍ତିକେୟନ ସେନଥିଲ କ୍ରିଷ୍ଣନ। ସେ ଇଲୋକଟ୍ରୋନିକ୍‌ ଆଣ୍ଡ ଟେଲିକମ୍ୟୁନିକେସନର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଗୁରୁତର ଆହତ ଛାତ୍ରୀ ବାସନ୍ତୀ କାର୍ତିକ ନାରାୟଣ (୧୯)।

Advertisment

ମିଳିଥିବା ସୂଚନା ମୁତାବକ ରାଉରକେଲା ଏନ୍‌ଆଇଟିରୁ  ୧୦ ଜଣ ପୁଅ ଏବଂ ୬ ଜଣ ଝିଅ ଭଡ଼ାରେ ମିଳୁଥିବା ୮ ଟି ସ୍କୁଟିରେ ଖଣ୍ଡାଧାର ଜଳପ୍ରପାତ ବୁଲିବାକୁ  ଆସୁଥିଲେ। ୧୪୩ ନଂ ଜାତୀୟ ରାଜପଥ ସମର ଦରି ଛକ ନିକଟରେ ରାଜାମୁଣ୍ଡା ଆଡୁ ରଙ୍ଗସାଇଡରୁ ଆସୁଥିବା    ଏକ ହାଇୱା (ଓଡି ୧୪ ଏଏଚ୍‌ ୨୨୧୫) ଗାଡ଼ିଟି ସାମ୍ନା ପଟରୁ ସ୍କୁଟି (ଓଡି ୧୫ ଏଇ ୪୬୯୫)କୁ ଧକ୍କା ଦେବାରୁ ଘଟଣା ସ୍ଥଳରେରେ ସ୍କୁଟି ଚାଳକ କାର୍ତ୍ତିକ କେନ୍ ଓ ପଛରେ ବସିଥିବା ଛାତ୍ରୀ ବାସନ୍ତୀ ଗୁରୁତର ହୋଇଥିଲେ।

ଆହୁରି ପଢ଼ନ୍ତୁ: Plane Crashes 15 Dead ଟଙ୍କା ବୋଝେଇ ସରକାରୀ ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ, ଲୋକେ ଲୁଟି ନେଲେ ଟଙ୍କା

ସାଙ୍ଗରେ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ଲହୁଣୀପଡ଼ା ମେଡିକାଲ୍‌କୁ ପଠାଇ ଥିଲେ। ସେଠାରେ ଡାକ୍ତର କର୍ତିକେନ୍‌ଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଛାତ୍ରୀ ବାସନ୍ତୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନନ୍ତରିତ କରାଯାଇଛି। ଘଟଣାସ୍ଥଳରେ ପୁଲିସ ହାଇୱl ଓ ସ୍କୁଟିକୁ  ଜବତ କରି ଅଧିକ ତଦନ୍ତ ଚଳାଇଛି।