ରାଉରକେଲା: ଦୀର୍ଘଦିନ ଧରି ଲାଗି ରହିଥିବା ଚାପା ଉତ୍ତେଜନା ଆଜି ଉଗ୍ର ରୂପ ନେଇଛି। ବାରମ୍ବାର ଦାବି ସତ୍ତ୍ୱେ ଶିକ୍ଷକ ନିଯୁକ୍ତି କରାଯାଉନଥିବାରୁ ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ବ୍ରାହ୍ମଣୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଆଜି ସ୍କୁଲ ଖୋଲିବା ମାତ୍ରେ ସ୍ଥାନୀୟ ବାଲିଘାଟର ବୁଦ୍ଧିଜୀବୀ, ଅଭିଭାବକମାନେ ସ୍କୁଲ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କ୍ରମାଗତ ଭାବେ ଦାବିକୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ, ରାଉରକେଲା ସହର ଉପକଣ୍ଠ ବାଲୁଘାଟରେ ଅବସ୍ଥିତ ବ୍ରାହ୍ମଣୀ ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏଠାରେ ପଢୁଛନ୍ତି ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ପ୍ରତ୍ୟେକ ଦିନ ଉପସ୍ଥାନ ସଂଖ୍ୟା ୮୫ ପ୍ରତିଶତ ରୁ ଅଧିକ। କିନ୍ତୁ ଏଠାରେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ମାତ୍ର ୨ ଜଣ। କେବଳ ଦୁଇ ଜଣରେ ଚାଲିଛି ଶିକ୍ଷାଦାନ। ଭିତ୍ତିଭୂମି ଅଛି, ଛାତ୍ରଛାତ୍ରୀ ଅଛନ୍ତି କିନ୍ତୁ ପଢ଼ାଇବାକୁ ଶିକ୍ଷକ ଶିକ୍ଷୟୀତ୍ରୀଙ୍କ ଅଭାବ ଥିବାରୁ ଅଭିଭାବକ ଙ୍କ ପକ୍ଷରୁ ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଫଳ ଶୁନ। ତ୍ରୁଟିପୂର୍ଣ୍ଣ ବଦଳି ବ୍ୟବସ୍ଥା ଓ ପ୍ରକ୍ରିୟାରେ ସ୍ଵଚ୍ଛତା ନଥିବାରୁ ଶିକ୍ଷକ ନିଯୁକ୍ତି ହେଉନଥିବା ଅଭିଯୋଗ କରିଆସୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Untitled-14.png)