ରାଉରକେଲା: ଅନଲାଇନରେ ପରୀକ୍ଷା ଓ କୋଭିଡ ଟେଷ୍ଟ ଦାବିରେ ୟୁଜିଆଇ ଓ ବାସନ୍ତି ଡିଏଭି କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଉଭୟ କଲେଜର ଶତାଧିକ ଛାତ୍ରଛାତ୍ରୀ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଯେପର୍ଯ୍ୟନ୍ତ ଲିଖିତ ପ୍ରତିଶ୍ରୁତି ନ ମିଳିଛି ସେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ରାସ୍ତାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଉଭୟ କଲେଜରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆସନ୍ତାକାଲିଠାରୁ ଡିପ୍ଲୋମାର ପ୍ରଥମ, ତୃତୀୟ ଓ ପଞ୍ଚମ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବ। ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଅନଲାଇନରେ ପାଠପଢା ବନ୍ଦ ହୋଇ ଯାଇଥିବା ବେଳେ ଅଫଲାଇନ ପରୀକ୍ଷାକୁ ଛାତ୍ରଛାତ୍ରୀମାନେ କଡ଼ା ବିରୋଧ କରିଛନ୍ତି।
ଅଫଲାଇନ ପରୀକ୍ଷାକୁ ବିରୋଧ; କୋଭିଡ୍ ଟେଷ୍ଟ ଦାବିରେ ୟୁଜିଆଇ ଓ ଡିଏଭି ପଲିଟେକ୍ନିକରେ ଉତ୍ତେଜନା
/sambad/media/post_attachments/wp-content/uploads/2021/03/9166624f-fd27-4ea1-8aec-e61212ff9882.jpg)