ପ୍ରକୃତିର ଅଦ୍ଭୁତ ପ୍ରସ୍ତରକଳା କନା କୁଣ୍ଡ, ‘ଓଡ଼ିଶାର ଗ୍ରାଣ୍ଡ୍ କାନିୟନ୍’

ସୁନ୍ଦରଗଡ଼: ଅନ୍ୟ ଲୋକଙ୍କ କଥା ଛାଡ଼ନ୍ତୁ, ସୁନ୍ଦରଗଡ଼ ଜିଲ୍ଲାର ଲୋକଙ୍କ ଭିତରୁ ବି ଅଧିକାଂଶ ବାଲିଶଙ୍କରା ବ୍ଲକରେ ଥିବା ଏ ସ୍ଥାନଟି ବିଷୟରେ ଜାଣି ନଥିବେ ! ରାଉରକେଲା ଠାରୁ ପ୍ରାୟ ୧୨୫ କିଲୋମିଟର ଏବଂ ବାଲିଶଙ୍କରା ବ୍ଲକ୍ ମହକୁମାଠାରୁ ପ୍ରାୟ ୭-୮ କିଲୋମିଟର ଦୂରରେ ଏ ସ୍ଥାନଟି ଅବସ୍ଥିତ। ସେଠାରେ ହଜାର ହଜାର ବର୍ଷ ଧରି ଇବ୍ ନଦୀ ନିଜ ପାଣିର ଧାରରେ ପଥର ଛାତିରେ ଆଙ୍କିଛି ଏହି ଅଦ୍ଭୁତ ଆକୃତିସବୁ। ଉଲ୍ଲେଖନୀୟ ଯେ ଗୁଗଲ୍ ମ୍ୟ‌ାପ୍‌ରେ ଏ ସ୍ଥାନଟିକୁ ‘ଗ୍ରାଣ୍ଡ୍ କ୍ୟାନିୟନ୍ ଅଫ୍ ଓଡ଼ିଶା’ କୁହାଯାଇଛି। ପାଖଆଖର ଲୋକେ ଏ ସ୍ଥାନକୁ ବଣଭୋଜି ପାଇଁ ଅବଶ୍ୟ ଯାଆନ୍ତି, କିନ୍ତୁ ପର୍ଯ୍ୟଟନ ଦୃଷ୍ଟିରୁ ପ୍ରଚୁର ସମ୍ଭାବନା ଥାଇ ମଧ୍ୟ ସ୍ଥାନଟି ପ୍ରଚାର ଏବଂ ସର୍ବନିମ୍ନ ସୁବିଧାର ଅଭାବରୁ ଏଯାଏ ଭୀଷଣ ଅବହେଳିତ ଓ ଅଣଆଲୋଚିତ।

ଏ ଫଟୋଗୁଡ଼ିକୁ ଉଠାଇଛନ୍ତି ଅର୍ଚ୍ଚନା ଶତପଥୀ। ଜଣେ ସୌଖିନ ଫଟୋଗ୍ରାଫର୍ ଭାବେ ପରିଚିତ ଶ୍ରୀମତୀ ଶତପଥୀ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆର୍‌ଏସ୍‌ପି)ର ଜଣେ ବରିଷ୍ଠ ଅଧିକାରୀ।

ସମ୍ବନ୍ଧିତ ଖବର