ଲେଫ୍ରିପଡା:ଦର୍ଲିପାଲି ଏନଟିପିସି ପାୱାର ଷ୍ଟେସନକୁ କୋଇଲା ସମେତ ଅନ୍ୟାନ୍ୟ ସାମଗ୍ରୀ ପରିବହନ ପାଇଁ ଉଦ୍ଦିଷ୍ଟ ଦର୍ଲିପାଲି-କାଲୋବାହାଲ ରାସ୍ତାର ଲକ୍ରାଗୁଡାଠାରେ ଶନିବାର ରାତିରେ ଅଉଁଲାବାହାଲ ଗ୍ରାମର ଜିତେନ୍ଦ୍ର କଉଡି (୫୨) ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଭାରୀଯାନ ଧକ୍କା ଦେଇ ଚାଲିଯାଇଥିବା ବେଳେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ସର୍ଗିପାଲି ଫାଣ୍ଡି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରିଥିବା ପ୍ରକାଶ।
ଅପରପକ୍ଷରେ, ଏନଟିପିସି ପକ୍ଷରୁ ନିଜସ୍ବ ପରିବହନ ସକାଶେ ନିର୍ମାଣ ହୋଇଥିବା ଏହି ରାସ୍ତାରେ ନିୟମିତ ଶହ ଶହ ସଂଖ୍ୟାରେ କୋଇଲା ବୋଝେଇ ଏବଂ ଅନ୍ୟ ବହୁଚକୀୟ ଭାରୀଯାନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବା ସଙ୍ଗେ ସଙ୍ଗେ ନିୟମିତ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ତେବେ ଆଜିର ଏହି ଦୁର୍ଘଟଣା ଘଟିବାପରେ ଆଞ୍ଚଳିକ ପରିବେଶ ପ୍ରଦୂଷଣ ସୁରକ୍ଷା କମିଟି ପକ୍ଷରୁ ସଂପାଦକ ସୁନୀଲ କୁମାର ପଟେଲଙ୍କ ନେତୃତ୍ୱରେ ଲକ୍ରାଗୁଡା ଛକଠାରେ ରାସ୍ତା ଅବରୋଧ କରାଯାଇଛି।
/sambad/media/post_attachments/wp-content/uploads/2022/09/29c38e60-8e5e-44b3-9e5b-7b5dc21b21ee-1024x768.jpg)
ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ, ବେପରୁଆ ଗାଡ଼ି ଚଳାଚଳକୁ ନିୟନ୍ତ୍ରଣ, ବିପର୍ଯ୍ୟସ୍ତ ରାସ୍ତାର ଉନ୍ନତିକରଣ ଆଦି ଦାବୀ କରାଯାଇଥିବା ବେଳେ ଏହି ଅବରୋଧକୁ ଅଞ୍ଚଳର ସଂଖ୍ୟାଧିକ ପଞ୍ଚାୟତ ପ୍ରତିନିଧି ଏବଂ ଜନସାଧାରଣ ସମର୍ଥନ କରି ଅଂଶଗ୍ରହଣ କରିଛନ୍ତି। ରାଏଡିହି ସରପଞ୍ଚ ଇଲାବତୀ ମାଝୀ, ଝୁରିମାଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ମୀନକେତନ ମାଝୀ ଏବଂ ସରସ୍ୱତୀ କୁମୁରା, ଅଶ୍ବିନୀ କୁମାର ନାଏକ, ପଙ୍କଜ ରାଉତ, ଶଶିଶେଖର ନାଏକ, ସୁଶିଲ ମଗର, ସୁନୀଲ ପଟେଲ, ସନ୍ତୋଷୀ ବାଗ, ଗୋପାଳ ଚନ୍ଦ୍ର ଅଗ୍ରୱାଲ, ସୁରେନ୍ଦ୍ର ମହାନନ୍ଦିଆ ପ୍ରମୁଖ ଅବରୋଧ ରେ ଅଂଶଗ୍ରହଣ କରିଛନ୍ତି। ସମ୍ବାଦ ଲେଖା ହେବା ପର୍ଯ୍ୟନ୍ତ ଏନଟିପିସି କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନଥିବା ବେଳେ ରାସ୍ତାରେ ଶହଶହ ସଂଖ୍ୟାରେ କୋଇଲା ବୋଝେଇ ଏବଂ ଅନ୍ୟ ଭାରୀଯାନ ଅଟକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/4569f679-3ed3-457b-a880-22697aaac585.jpg)