ସୁନ୍ଦରଗଡ଼:  ଧରୁଆଡ଼ିହି ଥାନା ଅନ୍ତର୍ଗତ ସାଲେପଲି ଗାଁ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରଞ୍ଜିତ କର୍ତ୍ତା (୭୦)। ଗାଧୋଇବାକୁ ଯାଇ ପାଣିରେ ଖସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।