ଭୁବନେଶ୍ବର: ଗଜରାଜ ଅସୁରକ୍ଷିତ ହୋଇପଡ଼ିଛନ୍ତି। ପ୍ରକୃତି କୋଳରେ ଜଙ୍ଗଲର ଅବସ୍ଥା ଆଉ ପୂର୍ବଭଳି ନଥିବାରୁ ହାତୀମାନେ ଜନବସତି ମୁହାଁ ହେଉଛନ୍ତି। ଖାଦ୍ୟ ଅନ୍ବେଷଣରେ ଆସୁଥିବା ହାତୀମାନେ ଏହାରି ମଧ୍ୟରେ ଦୁର୍ଘଟଣା ଓ ଅଘଟଣର ଶିକାର ହେଉଥିବା ବେଳେ ମଣିଷ ଦେଖିଲେ ଉଗ୍ରରୂପ ମଧ୍ୟ ଧାରଣ କରୁଛନ୍ତି। କିଛି ବର୍ଷ ହେଲା ହାତୀ ଏବଂ ମଣିଷ ମଧ୍ୟରେ ଏକପ୍ରକାରର ଅଘୋଷିତ ଯୁଦ୍ଧ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ହାତୀକୁ ନେଇ ଚିନ୍ତାଜନକ ଖବର ହସ୍ତଗତ ହୋଇଛି। ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ଆଗ୍ରିଆ ଛକ ନିକଟରେ ଥିବା ରେଳଧାରଣାରେ ଦ୍ରୁତଗାମୀ ଏକ୍ସପ୍ରେସ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ଵରଜିଲ୍ଲା ଜଳେଶ୍ଵର ବନ୍ୟପ୍ରାଣୀ ରେଞ୍ଜ ଅଧିନସ୍ଥ ସୁକଯୋଡି ଜଙ୍ଗଲର ଧାନଘେରା ଗାଁ ନିକଟରେ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ରହିଛି। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ଅନ୍ତର୍ଗତ ମୁଣ୍ଡାଯୋରରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। 

Advertisment

ବୃଦ୍ଧଙ୍କୁ କଚାଡ଼ି ଦେଲା ହାତୀ

ରାଉରକେଲା: ହାତୀ-ମଣିଷ ଲଢ଼େଇରେ ରାଉରକେଲାରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଲାଠିକଟା ଥାନା ଅନ୍ତର୍ଗତ ମୁଣ୍ଡାଯୋର ପଞ୍ଚାୟତରେ ହାତୀ ଆକ୍ରମଣରେ ରୁପନ୍ ସମାସି (୬୩)। ଗତକାଲି ବିଳମ୍ବିତ ରାତିରେ ରୂପନ୍ ଦନ୍ତା ହାତୀ ଆକ୍ରମଣରେ ଆହତ ହୋଇଥିଲେ। ଆଜି ସକାଳେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି। ଗତ ସେପ୍ଟେମ୍ବର ୨୬ ତାରିଖରେ ମଧ୍ୟ ଉକ୍ତ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ୬୦ ବର୍ଷ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଆଜି ସକାଳେ ମଧ୍ୟ ଦନ୍ତା ହାତୀ ଉକ୍ତ ଅଞ୍ଚଳରେ ଉପଦ୍ରବ ଜାରି ରଖିଛି। ବନ ବିଭାଗ ପକ୍ଷରୁ ମାଇକ୍ ଯୋଗେ ହାତୀ ପ୍ରତି ସତର୍କ ରହିବାକୁ ପ୍ରଚାର କରା ଯାଉଛି। ଦୁଇ ଦିନ ପୂର୍ବରୁ ବନ୍ଧମୁଣ୍ଡା ପ୍ରେମନଗର ଅଞ୍ଚଳ ରେଳଲାଇନ୍ ଉପରେ ଥିବା ହାତୀ ଦଳ ଏବେ ଲାଠିକଟା ଅଞ୍ଚଳକୁ ପଳାଇ ଆସିଛନ୍ତି। ଏହି ଦଳରୁ ଗୋଠଛଡା ହୋଇ ଏହି ଦନ୍ତା ମୁଣ୍ଡାଯୋର, ଦୋଲକୁଦର୍ ଅଞ୍ଚଳରେ ଉପଦ୍ରବ ଜାରି ରଖିଛି।

ଆହୁରି ପଢ଼ନ୍ତୁ: Attack On Bull: ମରିଗଲା ମାନବିକତା: ବ୍ରେଡ୍‌ ଖାଇଲା ବୁଲା ଷଣ୍ଢ, ଛୁରୀ ଭୁସିଲା ଦୋକାନୀ

ଟ୍ରେନ୍‌ ଧକ୍କାରେ ଆଖିବୁଜିଲା ଦନ୍ତା

ବେତନଟୀ ରେଞ୍ଜରେ ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ବିଚରଣ କରୁଥିବାବେଳେ ସେଥିମଧ୍ୟରୁ ଏକ ଗୋଠଛଡ଼ା ଦନ୍ତା ହାତୀ ସନ୍ଧ୍ୟାରେ ଜଙ୍ଗଲରୁ ବାହାରି ଚାଷ ଜମିରେ ବୁଲୁବୁଲୁ ଗ୍ରାମ ପାର୍ଶ୍ୱବର୍ତ୍ତୀ ହୋଇଥିଲାl ରାତି ପ୍ରାୟ ୧୧ଟା ୩୦ମିନିଟରେ ଦନ୍ତା ଶ୍ରବଣା ଗ୍ରାମ ଆଡୁ ଆସି ଆଗ୍ରିଆ ରେଲୱେ ଫାଟକ ନିକଟରେ ରେଳଧାରଣା ଅତିକ୍ରମ କରୁଥିବାବେଳେ ହଠାତ ସାଲିମାରରୁ ବାରିପଦା ଅଭିମୁଖେ ଯାଉଥିବା ଦ୍ରୁତଗାମୀ ସାଲିମାର ଏକ୍ସପ୍ରେସ ସମ୍ମୁଖରେ ପଡିଯାଇଥିଲା ଓ ହାତୀକୁ ଶକ୍ତ ଧକ୍କା ଦେଇଥିଲାl ତେବେ ଘଟଣା ସ୍ଥଳରେ ହିଁ ହାତୀଟିର ଜୀବନ ଚାଲିଯାଇଥିଲା l ଅନ୍ୟପଟେ ଦୁର୍ଘଟଣା ପାଇଁ ଟ୍ରେନ ମଧ୍ୟ କିଛି ସମୟ ଅଟକି ରହିଛିl ଖବର ପାଇ ବନବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l 

ଆହୁରି ପଢ଼ନ୍ତୁ: E-KYC ହିତାଧିକାରୀଙ୍କ ପାଇଁ ଖୁସି ଖବର: ଡିସେମ୍ବର ୩୧ ସୁଦ୍ଧା କରାଇପାରିବେ ଇ-କେୱାଇସି

ଶିମିଳିପାଳର ହାତୀ ଅସୁସ୍ଥ

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବନ୍ୟପ୍ରାଣୀ ରେଞ୍ଜ ଅଧିନସ୍ଥ ସୁକଯୋଡି ଜଙ୍ଗଲର ଧାନଘେରା ଗାଁ ନିକଟରେ ଗତ ଦୁଇ ଦିନ ଧରି ଏକ ଶିମିଳିପାଳ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ରହିଛି। ହାତୀଟି ଠିକ୍ ଭାବେ ଚଳପ୍ରଚଳ କରି ପାରୁନଥିବା ବେଳେ ପ୍ରାୟ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହିଛି। ଅସୁସ୍ଥ ହାତୀର ସ୍ବାସ୍ଥ୍ୟ ଅବସ୍ଥା ଓ ଗତିବିଧି ଉପରେ ଲକ୍ଷ୍ୟ ରଖିବା ପାଇଁ ବନ୍ୟ ବିଭାଗର ଏକ ୧୦ ଜଣିଆ ଟିମ୍ ସେହି ହାତୀ ଥିବା ସ୍ଥାନକୁ ଜଗି ରହିଛନ୍ତି।