ବିବାହିତାଙ୍କୁ ଦୁଷ୍କର୍ମ: ଜଣେ ଗିରଫ, ନାବାଳକ ଅଟକ

ରାଉରକେଲା : ସେକ୍ଟର-୬ ବିନ୍‌ ବସ୍ତିର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ କ୍ରିଷ୍ଣା ତିର୍କୀ (୨୬)କୁ ଗିରଫ କରିବା ସହ ତା’ ସହଯୋଗୀ ନାବାଳକକୁ ଅଟକ ରଖିଛି। ଅଭିଯୋଗ ଅନୁସାରେ, ସେକ୍ଟର-୬ ବିନ୍‌ ବସ୍ତିରେ ପୀଡିତା ଓ ତାଙ୍କ ପରିବାର ରହନ୍ତି। କାଲି ରାତି ପ୍ରାୟ ୭ଟାରେ ପୀଡ଼ିତାଙ୍କ ସ୍ୱାମୀ ନିକଟସ୍ଥ ବଜାରରେ ଥିବା ଚାଉମିନ ଦୋକାନକୁୁ କାମ କରିବାକୁ ଘରୁ ବାହାରି ଯାଇଥିଲେ। ରାତି ପ୍ରାୟ ସାଢ଼େ ୮ଟାରେ ଅଭିଯୁକ୍ତ କ୍ରିଷ୍ଣା ଓ ତା’ ନାବାଳକ ସହଯୋଗୀ ପୀଡ଼ିତାଙ୍କୁ ଘରେ ପହଞ୍ଚି ଜୋରଜବରସ୍ତ ନିକଟସ୍ଥ ବିଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ।

ସମ୍ବନ୍ଧିତ ଖବର