ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼-ଏମସିଏଲ ରାସ୍ତା ବଲିଙ୍ଗା ଫାଣ୍ଡି ଅନ୍ତର୍ଗତ ବାଲିଚୁଆଁ ନିକଟରେ ମଙ୍ଗଳବାର ସନ୍ଧ୍ୟା ୭ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପାଉଁଶ ବୋଝେଇ ଟ୍ରେଲର ବାଇକକୁ ଧକ୍କା ଦେଇ ଘୋଷାଡ଼ି ନେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ବାଇକରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ମୃତକ ହେଲେ ଲେଫ୍ରିପଡ଼ା ଥାନା କୁଲାବିରାର ବିମଳ ସା ଓ ଗୁରୁତର ଜଣକ ସୂରଜ।
ସୂଚନା ଅନୁସାରେ ବିମଳ ଓ ତାଙ୍କ ସାଙ୍ଗରେ ଥିବା ବ୍ୟକ୍ତି ବାଇକ (ଓଡି ୧୬ ୧୨୬୨)ରେ ଡୁଡୁକାରୁ ନିଜ ଗାଁ କୁଲାବିରାକୁ ଫେରୁଥିଲେ। ବାଲିଚୁଆଁ ନିକଟରେ ପଛେ ପଛେ ଆସୁଥିବା ଏକ ପାଉଁଶ ବୋଝେଇ ଟ୍ରେଲର (ଓଡି ୨୪ କେ ୩୮୧୭) ବାଇକ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇ ଯାଇଥିଲା। ଚକ ତଳେ ପଡ଼ି ବିମଳ ପ୍ରାଣ ହରାଇଛନ୍ତି। ତାଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଯାଇଥିବା ଦେଖିବାକୁ ମିଳିଛି।
ଦୁର୍ଘଟଣ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକ କରିଥିବା ଜଣାପଡ଼ିଛି। ବଲିଙ୍ଗା ଫାଣ୍ଡି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/14/t6bq5xqoJVSNU5bXgVKp.jpg)