ସୁନ୍ଦରଗଡ଼: ଜିଲ୍ଲାର ହେମଗିର ଥାନା ବାଙ୍କିବାହାଲ-ଟପରିଆ ରାସ୍ତା ଗୋପଳପୁର ନାକଟିଦେଉଳ ନିକଟରେ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ ଘଟିଛି ଦୁର୍ଘଟଣା। କାର୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ଅପରାହ୍ନରେ ବାଇକ୍ (ଓଡି ୧୬-ଇ-୨୦୧୧)ରେ ବିଲେଇମୁଣ୍ଡା ଆଡ଼କୁ ଆସୁଥିବା ବେଳେ କାର୍ (ଓଡି-୧୬-ଜେ-୯୨୨୯)ଟି ତାଙ୍କୁ ଧକା ଦେଇଥିଲା। 

Advertisment

ଏଥିରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ଯୁ ହୋଇଗଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ କାର ଚାଳକ  ଲୋକଙ୍କ ନିକଟରେ ନିଜ ଭୁଲ୍ ସ୍ବୀକାର କରିଛି।

ଲୋକେ କାର୍ ଚାଳକକୁ ଅଟକ ରଖି ହେମଗିର ଥାନାକୁ ସୂଚନା ଦେଇଥିବା ଜଣାପଡିଛି। ଦୁର୍ଘଟଣା ପରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ହସ୍ତଗତ ହୋଇନାହିଁ।

Accident | sundargarh

ରିପୋର୍ଟ: ଡମ୍ବରୁ ନାୟକ