ସୁନ୍ଦରଗଡ଼: ଟ୍ରକ-ବାଇକ ଧକ୍କାରେ ଜଣେ ମୃତ

ସୁନ୍ଦରଗଡ଼: ଟ୍ରକ ଓ ବାଇକ ମଧ୍ୟରେ ଗୁରୁବାର ଅହରାହ୍ଣ ୧ଟାରେ ଦୁର୍ଘଟଣା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। କୁଟରା ପୁଲିସ ଥାନା ଅଞ୍ଚଳରେ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଅତିକ୍ରମ କରୁଥିବା ବେଳେ ଘଟଣା ଘଟିଛି। ଘଞ୍ଚାପାଳ ଗ୍ରାମର ବାଇକ ଆରୋହୀ ଭେକ୍ଟର ହୋରୋ ରାସ୍ତା ଅତିକ୍ରମ କରୁଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଟ୍ରକ ଧକ୍କା ଦେଇଥିଲା। ଫଳରେ ଭେକ୍ଟର ଘଟଣା ସ୍ଥଳରେ ହିଁ ଜୀବନ ହାରି ଥିଲେ। ଅନ୍ୟ ପକ୍ଷରେ ସୂଚନା ପାଇଁ ପୁଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଚାଳକ ଟ୍ରକ ନେଇ ଫେରାର ହୋଇ ସାରିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର