ସୁନ୍ଦରଗଡ଼: କୋଇଲା ଖଣିରେ ବିସ୍ଫୋରଣ, ଠିକା କର୍ମଚାରୀଙ୍କ ମୃତ୍ୟୁ

ସୁନ୍ଦରଗଡ଼: ହେମଗିର ଥାନା ଅନ୍ତର୍ଗତ କୁଲଡା କୋଇଲା ଖଣିରେ ଶୁକ୍ରବାର ଅପରାହ୍ନରେ ବିସ୍ଫୋରଣ ଘଟିବାରୁ ଜଣେ ଠିକା କର୍ମଚାରୀଙ୍କ ମୃତୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ମହାନଦୀ କୋଲଫିଲ୍ଡ ଲିମିଟେଡର ଏକ ଖଣିରେ ବିସ୍ଫୋରଣ ଚାଲିଥିବା ବେଳେ, ଖଣି ତଳ ରାସ୍ତା ଦେଇ ଏକ ଟ୍ରକ ଯାଉଥିଲା। ବିସ୍ଫୋରଣ ଘଟିବାରୁ ଏକ ପଥର ଆସି ଟ୍ରକ ଡାଲାରେ ବସିଥିବା ଠିକା କର୍ମଚାରୀଙ୍କ ଉପରେ ପଡିଥିଲା। ଫଳରେ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକଙ୍କ ପରିଚୟ ମିଳି ନାହିଁ।

ସମ୍ବନ୍ଧିତ ଖବର