ଟ୍ରକ୍‌ ଧକ୍କା ଦେଲା: ବାଲେଶ୍ୱରରେ ୫ ଗୋରୁ ମୃତ, କୁତ୍ରାରେ ୨ ବଳଦ ଓ ନାବାଳକଙ୍କ ମୃତ୍ୟୁ

ବାଲେଶ୍ୱର/କୁତ୍ରା: ଟ୍ରକ୍‌ ଧକ୍କାରେ ଶନିବାର ବାଲେଶ୍ୱର ସଦର ଥାନା ଓ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଞ୍ଚଳରେ ୭ଟି ଗୋରୁଙ୍କର ମୃତ୍ୟୁ ହୋଇଛି। ସେହିଭଳି ଗୋରୁ ଚାଲାଣବେଳେ ଟ୍ରକ ଧକ୍କା ଦେବାରୁ ଜଣେ ନାବାଳକ ଜୀବନ ହରାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ସଲଟ୍‌ ରୋଡ୍‌ରେ ଏକ ମାଛ ବୋଝେଇ ଟ୍ରକ୍‌ ଧକ୍କା ଦେବାରୁ ୫ଟି ଗୋରୁ ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକକୁ ଯେଡୁଥିବା ସଲଟ୍‌ ରୋଡ ପାଗନଇ ଛକରେ ଦ୍ରୁତଗତିରେ ଯାଉଥିବା ମାଛ ବୋଝେଇ ଟ୍ରକ ଧକ୍କା ଦେବାରୁ ୫ଟି ଗୋରୁ ମୃତ୍ୟୁ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଯାଇଛି।

ସୁନ୍ଦରଗଡ଼ ନିକଟସ୍ଥ ସର୍ଗିପାଲି ସାପ୍ତାହିକ ବଜାରରୁ ପ୍ରାୟ ୫୦ଟି ଗୋରୁ କିଣି କୁତ୍ରା ଥାନା ଅନ୍ତର୍ଗତ ଖତୁରବାହାଲ ଅଣାଯାଉଥିଲା। ଜାତୀୟ ରାଜପଥ ୧୦ ନମ୍ବର ତେଲିଘନା ଠାରେ ଟ୍ରକ ଧକ୍କା ଦେବାରୁ ୨ଟି ଗୋରୁ ଓ ଜଣେ ନାବାଳକ ରୋହନ ଧନଓ୍ଵାଙ୍କ ମୃତ୍ୟୁ ହୋଇଥିଲା। ପଲସାକାନୀ ଗାଁର ରୋହନ ନିଜର ଅନଞ ୩ରୁ ୪ ଜଣ ସାଙ୍ଗଙ୍କ ସହିତ ଗୋରୁ ନେଇ ଖତୁରବାହାଲକୁ ଆସୁଥିଲା।

ସୂଚନାଯୋଗ୍ୟ, ଗୋରୁଚାଲାଣକାରୀମାନେ ସର୍ଗିପାଲି ସାପ୍ତାହିକ ବଜାରରୁ ଗୋରୁ କିଣି ରାଞ୍ଚି, କୋଲକାତା ଓ ରାଉରକେଲାକୁ ଚାଲାଣ କରିଥାନ୍ତି। ଗୋରୁଚାଲାଣ ନେଇ ପ୍ରଶାସନକୁ ସୂଚନା ଥିଲେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

ସମ୍ବନ୍ଧିତ ଖବର