ସୁନ୍ଦରଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରବିବାର ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି। ସୂଚନା ଅନୁସାରେ ବଡ଼ଗାଁ ଠାରୁ ଝାରସୁଗୁଡ଼ା ଜିଲ୍ଲାର ବାମରା ରୋଡ଼ରେ ରାଇଡିହି ଛକ ନିକଟରେ ଦୁର୍ବୃତ୍ତମାନେ ବାଇକ୍ରେ ଆସି ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଗୁଳି କାଣ୍ଡର ଶିକାର ହୋଇଛନ୍ତି ବଡ଼ଗାଁ ଥାନା ଅନ୍ତର୍ଗତ ଚଲାନମୁଣ୍ଡା ଗାଁର ଚୋରା ମଦ ବେପାର କରୁଥିବା ନିରଞ୍ଜନ ଦଣ୍ଡସେନା (୩୬)।
ଆଜି ଅପରାହ୍ନ ୬ଟାରେ ହୋଇଥିବା ଗୁଳିକାଣ୍ଡରେ ନିରଞ୍ଜନର ବାମ ଗୋଡ଼ରେ ଗୁଳି ବାଜିବା ପରେ ସେ ହଠାତ ତଳେ ପଡ଼ି ଯାଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ନିରଞ୍ଜନକୁ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଛାନ୍ଭିନ୍ ଜାରି ରଖିଥିବା ବେଳେ ଗୁଳିକାଣ୍ଡର କାରଣ ପୂର୍ବ ଶତ୍ରୁତାକୁ ନେଇ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/sundar.jpg)