କୋଇଡ଼ା: ଜଣେ ପ୍ରଧାନ ସେବକ (ପ୍ରଧାନ ଶିକ୍ଷକ)ଙ୍କ ପରକୀୟା ପ୍ରୀତି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଶିକ୍ଷକଙ୍କ ଏଭଳି କଳାକାରନାମାର ପ୍ରତିବାଦରେ ଗାଁଲୋକେ ତାଙ୍କୁ ମାଡ଼ମାରିବା ସହ ଜୋତାମାଳ ପିନ୍ଧାଇ ଗାଁ ପରିକ୍ରମା କରାଇଥିଲେ। ତେବେ, ଏହି ଘଟଣାରେ ପୁଲିସ ହସ୍ତ‌‌କ୍ଷେପ କରିବା ସହିତ ଚାରିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି କୋଇଡ଼ା ଥାନା ପାଟମୁଣ୍ଡା ପଞ୍ଚାୟତର ଖଜୁରଡିହି ଗ୍ରାମରେ।

Advertisment

ଖଜୁରଡିହି ସେବାଶ୍ରମର ଭାରପ୍ରାପ୍ତ ପ୍ରଧାନ ସେବକଙ୍କ ପରକୀୟା ପ୍ରୀତିକୁ ନେଇ ଶନିବାର ଗ୍ରାମର ମହିଳା ଓ ପୁରୁଷ ଜୋତାମାଳ ପିନ୍ଧାଇ ମାଡ଼ ମାରିବା ସହ ଗ୍ରାମ ପରିକ୍ରମା କରାଇଥିଲେ। ବିଦ୍ୟାଳୟ କମିଟି ସଭାପତି ଯୁଧିଷ୍ଠିର ପାଟମୁଣ୍ଡିଙ୍କ ଅଭିଯୋଗ ଅନୁଯାୟୀ ସଂପୃକ୍ତ ପ୍ରଧାନ ସେବକ ରୋହିତ ରାୟ ପାଠ ନପଢ଼ାଇ ସର୍ବଦା ପର ଝିଅବୋହୂଙ୍କୁ ଅସଦାଚରଣ କରି ଆସୁଥିଲେ। ଏମିତିକି ସେବାଶ୍ରମରେ ନିୟୋଜିତ ରୋଷେୟାଙ୍କ ସହିତ ବହୁଦିନ ଧରି ପ୍ରେମସମ୍ପର୍କ ରଖିବା ସହ ତାଙ୍କ ଘରସଂସାର ଭାଙ୍ଗି ସ୍ୱାମୀ ଓ ତିନି ଝିଅଙ୍କ ଠାରୁ ଅଲଗା କରିଦେଲେ। କେବେଳ ସେତିକି ନୁହେଁ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ମାଡ଼ ମାରିବାକୁ ଖୋଲା ଧମକ ଦେଇଥିଲେ।

ଶିକ୍ଷକଙ୍କୁ ଉଦ୍ଧାର କରିଲା କୋଇଡ଼ା ପୁଲିସ୍

କୋଇଡ଼ା ପୁଲିସ୍ ସୂଚନା ପାଇ ଘଟଣାସ୍ଥଳରୁ ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ଆଇନ୍‌କୁ ହାତକୁ ନେବା ଅଭିଯୋଗରେ ୪ ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ସଂପର୍କରେ କୋଇଡ଼ା ଥାନାରେ ପିଏସ୍‌ କେସ୍‌ ନଂ ୬୭/୭.୩.୨୦୨୬, ୟୁ/ଏସ୍‌ ୧୨୬(୨)/୧୨୧(୨)/୧୧୭(୨)/୧୧୫(୨)/୩୫୧(୩)/୧୩୩/୩(୫) ବିଏନ୍‌ଏସ୍‌ରେ ଏକ ମାମଲା ରୁଜୁ କରି ଖୁଜୁରିଡିହି ଗ୍ରାମର ଡାକ୍ତର ପେଣ୍ଠେଇ(୪୫), ବିଷ୍ଣୁ କାଲୋ(୨୮), ଯୁଧିଷ୍ଠିର ପାଟମୁଣ୍ଡି(୩୯), ଗୁରୁମୋହନ ନାଏକ(୫୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।