ଆରଏସପିରୁ ଦିଲ୍ଲୀ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଗଲା ଅକ୍ସିଜେନ ଟ୍ୟାଙ୍କର 

ରାଉରକେଲା: ଦିଲ୍ଲୀ, ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଆଦି ରାଜ୍ୟରେ ଅକ୍ସିଜେନ ସଙ୍କଟ ଉତ୍କଟ ଥିବା ବେଳେ ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସାରେ ବ୍ୟାଘାତ ସୃଷ୍ଟି ହୋଇଛି । ଫଳରେ କେତେକ ହସ୍ପିଟାଲରେ ଅତି ଗୁରୁତର ରୋଗୀ ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ କରିଥିବା ଖବର ଅସୁଛି । ରାଉରକେଲା ଇସ୍ପାତ କାରଖାନାରୁ ଆଜି ପୁଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଦୁଇଟି ଟ୍ୟାଙ୍କର ରାଉରକେଲାରୁ ଦିଲ୍ଲୀ ପଠାଯାଇଛି । ଅନ୍ୟ କେତେକ ଟ୍ୟାଙ୍କର ମଧ୍ୟପ୍ରଦେଶ, ମହାରଷ୍ଟ୍ର, ବିଶାଖାପାଟଣାକୁ ପଠାଯାଉଛି । ସୁରକ୍ଷିତ ଭାବେ ଓଡ଼ିଶା ସୀମା ଅତିକ୍ରମ କରାଇବାକୁ ରାଉରକେଲା ପୋଲିସକୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏକ ଗ୍ରିନ କରିଡର କରାଯାଇ ବିନା ବଧାରେ ଅକ୍ସିଜେନ ଟ୍ୟାଙ୍କରଗୁଡ଼ିକ କିପରି ଓଡ଼ିଶା ସୀମା ଅତିକ୍ରମ କରିବ ତାର ଦାୟିତ୍ୱ ପୁଲିସକୁ ଦିଆଯାଇଛି ।

ଯେଉଁ ଟ୍ୟାଙ୍କର ଡ୍ରାଇଭରମାନେ ଅକ୍ସିଜେନ ପରିବହନ କରୁଛନ୍ତି ସେମାନଙ୍କ କାମ ଏବଂ ଧୈର୍ଯ୍ୟ ପ୍ରଶଂସନୀୟ । ଗାଡ଼ିରେ ଖାଦ୍ୟ , ପାନୀୟ ରଖି ଯଥା ଶୀଘ୍ର ଗାଡ଼ିକୁ ଲକ୍ଷ ସ୍ଥଳରେ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । କରୋନା ଏବେ ଯେଉଁ ଭଳି ଉଭା ହୋଇଛି ଏହାର ମୁକାବିଲା କରିବା ସମସ୍ତଙ୍କ ଦାୟିତ୍ୱ । ହାତରେ ହାତ ମିଶାଇ କରୋନା ସହ ଲଢ଼ିବା ଲାଗେ ଏବେ ଦେଶବାସୀ ପ୍ରସ୍ତୁତ।

ସମ୍ବନ୍ଧିତ ଖବର