ରାଉରକେଲା: ଅକ୍ଷୟ କୁମାର ସାମଲ ଏକାଧାରାରେ ଜଣେ କବି, ଚିତ୍ରଶିଳ୍ପୀ ଏବଂ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ସାମଲ ରାଉରକେଲାର କଲଚରାଲ୍ ଏକାଡେମୀର ସାଧାରଣ ସମ୍ପାଦକ। ଏହି ଅନୁଷ୍ଠାନ ଓଡ଼ିଶା ରାଜ୍ୟର କଳା, ସାହିତ୍ୟ ଏବଂ ସଂସ୍କୃତିର ଏକ ପ୍ରାଚୀନ ପ୍ରଗତିଶୀଳ ସଂଗଠନ ମଧ୍ୟରୁ ଗୋଟିଏ । ଶ୍ରୀ ସାମଲ ସମ୍ପ୍ରତି କଲଚରାଲ ଏକାଡେମୀ ଦ୍ୱାରା ପରିଚାଳିତ ଲଳିତ କଳା ବିଦ୍ୟାଳୟର ସଂପାଦକ ଦାୟିତ୍ବ ତୁଲାଉଛନ୍ତି।
ଓଡ଼ିଶା ଲଳିତକଳା ଏକାଡେମୀର କାର୍ଯ୍ୟନିର୍ବାହୀ ସଦସ୍ୟ
କେବଳ ଏତିକି ନୁହେଁ ୨୦୧୧ ରୁ ୨୦୧୫ ପର୍ଯ୍ୟନ୍ତ ଓଡ଼ିଶା ଲଳିତକଳା ଏକାଡେମୀର ଫାଇନାନ୍ସ କମିଟି ସଦସ୍ୟ ଏବଂ ୨୦୧୮ ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ଲଳିତକଳା ଏକାଡେମୀର କାର୍ଯ୍ୟନିର୍ବାହୀ ସଦସ୍ୟ ରହିଥିଲେ। କଳାୟତନ କଲେଜ ଅଫ୍ ଆର୍ଟ ଏଣ୍ଡ କ୍ରାଫ୍ଟସ୍ ପକ୍ଷରୁ ସଂକଳ୍ପ ରାଉରକେଲା, ଶକ୍ତି କ୍ଲବ ପକ୍ଷରୁ ଫକୀରମୋହନ ଓଡ଼ିଆ ଭାଷା ପୁରସ୍କାର, ଓଡ଼ିଶା ଲଲିତ କଳା ଏକାଡେମୀ ଦ୍ବାରା ବସନ୍ତ କୁମାର ପଣ୍ଡା ସ୍ମାରକୀ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି।
ଅଧିକପଢ଼ନ୍ତୁ:ଷ୍ଟାଡିୟମରେ ପହଞ୍ଚିଲେ ୨ ଦଳର ଖେଳାଳି: ଶୃଙ୍ଖଳାର ପ୍ରଥମ ମ୍ୟାଚ୍, ବାରବାଟୀ ସାଜିପାରେ ବ୍ଲୁ ବାହିନୀ ପାଇଁ ଶୁଭ…
ଚିତ୍ର ଏମିତି ଏକ ମାଧ୍ୟମ ବୁଝିବା ପାଇଁ ଭାଷାଜ୍ଞାନର ଆବଶ୍ୟକ ହୋଇ ନଥାଏ
ଚିତ୍ରକଳାକୁ ନେଇ ଶ୍ରୀ ସାମଲ କୁହନ୍ତି, ‘ କବି ହେଉ ଅବା ଲେଖକ ଯେମିତି ଲେଖାମାଧ୍ୟମରେ କାଗଜ ଉପରେ ନିଜର ଭାବନା ପରିପ୍ରକାଶ କରିଥାଆନ୍ତି। ସେହିପରି ଜଣେ ଚିତ୍ରଶିଳ୍ପୀ ତାର ତୂଳୀ ମାଧ୍ୟମରେ ଉଭୟ ସାହିତ୍ୟ ଓ କବିତା ଆଙ୍କିଥାଏ। ଚିତ୍ର ଏମିତି ଏକ ମାଧ୍ୟମ ଯାହାକୁ ବୁଝିବା ପାଇଁ କୌଣସି ପ୍ରକାର ଭାଷାଜ୍ଞାନର ଆବଶ୍ୟକ ହୋଇ ନଥାଏ। ପଢ଼ି ଜାଣି ନଥିବା ସାଧାରଣଲୋକଟେ ବି ଚିତ୍ରକୁ ଦେଖି ସବୁକିଛି ସହଜରେ ବୁଝିଯାଇଥାଏ। ସାମଜର ପ୍ରତିଟି ଘଟଣା, ଦୁର୍ଘଟଣା, ସଂସ୍କୃତି, ପରମ୍ପରା, ସମସ୍ୟା, ସମସ୍ୟାର ସମାଧାନ ଖୁବ ସହଜରେ ଚିତ୍ର ଦ୍ବାରା ଉପସ୍ଥାପନା କରି ହୋଇଥାଏ।
ବୃତ୍ତିଗତ ଜୀବନରେ ଅଧିକ ସମୟ ବିତିଗଲା। ଏହା ହିଁ ରହିଗଲା ଅବସୋସ
ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ଚିତ୍ର ଶିଖିବାକୁ ଆସୁଥିଲେ ସେମାନଙ୍କ ମଧ୍ୟରେ ଏହି କଳାକୁ ନେଇ ଖୁବ ଉତ୍ସାହ ଓ ଆଗ୍ରହ ରହୁଥିଲା। ବର୍ତ୍ତମାନ ସମୟରେ ସେ ଆଗ୍ରହ ହ୍ରାସ ପାଇଛି। ଓଡ଼ିଶା ଅପେକ୍ଷା ଓଡ଼ିଶା ବାହାରେ ଲୋକେ ଚିତ୍ରଶିଳ୍ପକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ରାଉରକେଲାରେ ଏହାର ବିକାଶ ପାଇଁ ନିଶ୍ଚିତ ଭାବେ ଏକ ଆର୍ଟଗ୍ୟାଲେରି ଆବଶ୍ୟକ ରହିଛି। ଚିତ୍ରଶିଳ୍ପରେ ଖୁବ ସୁନ୍ଦର ଭବିଷ୍ୟତ ରହିଛି। ଆଜିକାଲିର ଅଭିଭାବକ ହୁଅନ୍ତୁ ଅବା ପିଲାମାନେ ଚିତ୍ରଶିଳ୍ପକୁ ନେଇ ଯେ କ୍ୟାରିୟର କରିହେବ ତାହା କଦାପି ଚିନ୍ତା କରୁନାହାନ୍ତି। ଜୀବନରେ ଚିତ୍ରକଳା ପ୍ରତି ସମୟ ଦେଇ ପାରିଲି ନାହିଁ। ବୃତ୍ତିଗତ ଜୀବନରେ ଅଧିକ ସମୟ ବିତିଗଲା। ଏହା ହିଁ ରହିଗଲା ଅବସୋସ।
ଅଧିକପଢ଼ନ୍ତୁ:ଧୈର୍ଯ୍ୟହରା ହୋଇପଡ଼ିଲିଣି ସରକାର ଦୟା କରନ୍ତୁ ସାହାଯ୍ୟର ହାତ ବଢ଼ାନ୍ତୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/09/untitled-34-2025-12-09-18-19-25.jpg)