ହେମଗିରି ଜଙ୍ଗଲରୁ ବଜ୍ରକପ୍ତା ଉଦ୍ଧାର

ସୁନ୍ଦରଗଡ଼: ଗତକାଲି ରାତିରେ ହେମଗିରି ବ୍ଲକ କନିକା ଗ୍ରାମ ମାଝି ରାସ୍ତାରୁ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି। ସନ୍ଦୀପ ଗୁପ୍ତା ନାମକ ଜଣେ ଯୁବକ ରାସ୍ତା ଦେଇ ଯାଉଥିବାବେଳେ ତାକୁ ସୁରକ୍ଷିତ ଭାବେ ଆଣି ହେମଗିରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଜିଲ୍ଲା ବନଖଣ୍ଡ ଅଧିକାରୀ ହେମଗିରି ପହଞ୍ଚିବା ପରେ ପ୍ରାଣୀ ବିଭାଗରେ ବଜ୍ରକାପ୍ତାର ସ୍ବାସ୍ଥ୍ଯାବସ୍ଥା ଯାଞ୍ଚ କରାଯିବ। ଏହା ପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବିଭାଗ କହିଛି।

ସୂଚନାଯୋଗ୍ୟ, ହେମଗିରି ଜଙ୍ଗଲରେ ଏବେ ବି ଅନେକ ବିରଳ ଜୀବଜନ୍ତୁ ଅଛନ୍ତି। ପୂର୍ବରୁ ହେମଗିରି ଜଙ୍ଗଲର ଗର୍ଜନ ପାହାଡ଼ରେ କଳା ବାଘ ଥିବା ନେଇ ବନ ବିଭାଗ ପ୍ରମାଣ ସହ ସୂଚନା ଦେଇଥିଲା। ଏହି ବ୍ଲକରେ ଆଗାମୀ ଦିନରେ ଅନେକ କୋଇଲା ଖଣି ଖୋଲା ଯିବାର ଥିଲା ବେଳେ ଏହି ବନ୍ୟଜନ୍ତୁଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ନେଇ ବନବିଭାଗ ଠୋସ୍ ପଦକ୍ଷେପ ଗ୍ରହଣ କରିବାର ଆବଶ୍ଯକତା ରହିଛି।

ସମ୍ବନ୍ଧିତ ଖବର