ରାଉରକେଲା: ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ହେଉଛନ୍ତି କୁଆଁରମୁଣ୍ଡା, ରିଉଁ ଅଞ୍ଚଳର ସହର ଝରା (୪୫)। ବୁଧବାର ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଭାଙ୍ଗିଯିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ୱାର୍ଡ ବାହାରକୁ ଆସି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା କୁହାଯାଉଛି।
୭/୮ ବର୍ଷ ପୂର୍ବେ ପତ୍ନୀ ଘର ଛାଡ଼ି ଚାଲିଯାଇଥିବା କହିଛନ୍ତି ମୃତକଙ୍କ ସମ୍ପର୍କୀୟ। ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ରଘୁନାଥପାଲ୍ଲୀ ଥାନା ପୁଲିସ ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Untitled-20.png)