କୁତ୍ରା: ତରକେଲା ପଞ୍ଚାୟତ ଅନ୍ତର୍ଗତ ସମଲେଇମୁଣ୍ଡାର ଗ୍ରାମର ଜୋହାନୀ ଲାକ୍ରା (୬୦) ଆମ୍ବୁଲାନ୍ସ ଚାଳକଙ୍କ ଅବହେଳା ପାଇଁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଜୋହାନୀଙ୍କ ଶରୀର ଅସୁସ୍ଥ ଥିବାରୁ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଆମ୍ବୁଲାନ୍ସ ଚାଳକ ବିଳମ୍ବରେ ଆସିଥିଲେ। ଆମ୍ବୁଲାନ୍ସ ଚାଳକ ମଦ ପିଇଥିବାରୁ ବିଳମ୍ବ କରିଥିବା ଅଭିଯୋଗ ହୋଇଛି। କୁତ୍ରା ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଗଡପୋଷର ଯୋଗୀମୁଣ୍ଡା ନିବାସୀ ସୁଖା ମାଝି (୬୫)ଙ୍କୁ ଚିକିତ୍ସା ପାଇଁ ରାଉରକେଲା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଇ ରୋଗୀଙ୍କ ମୃତ ଶରୀର ପୋଷ୍ଟମର୍ଟମ ହେବ ବୋଲି କୁହାଯିବାରୁ ଦୁଇ ପରିବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ଆମ୍ବୁଲାନ୍ସ ବିଳମ୍ବରୁ ରୋଗୀ ମୃତ, ଉତ୍ତେଜନା
/sambad/media/post_attachments/wp-content/uploads/2018/04/rkl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)